ଏହି ଟିକା ନେଲେ ହେଉଛି ୪ ଗୁଣ ଅଧିକ ଶକ୍ତିଶାଳୀ ଆଣ୍ଟିବଡି

ଏହି ଟିକା ନେଲେ ହେଉଛି ୪ ଗୁଣ ଅଧିକ ଶକ୍ତିଶାଳୀ ଆଣ୍ଟିବଡି

ଏହି ଟିକା ନେଲେ ହେଉଛି ୪ ଗୁଣ ଅଧିକ ଶକ୍ତିଶାଳୀ ଆଣ୍ଟିବଡି

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା ଟିକାର ଉଭୟ ଡୋଜ ମଧ୍ୟରେ ୪୫ ସପ୍ତାହର ବ୍ୟବଧାନ ରଖାଗଲେ ୪ ଗୁଣ ଅଧିକ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି ହେଉଥିବା ଅକ୍ସଫୋର୍ଡ ଭ୍ୟାକ୍ସିନ ଗ୍ରୁପ ଏକ ଅଧ୍ୟୟନ ଜଣାପଡ଼ିଛି । ବର୍ତ୍ତମାନ ଉଭୟ ଡୋଜ ଭିତରେ ୮ ରୁ ୧୨ ସପ୍ତାହର ବ୍ୟବଧାନ ରଖାଯାଇଛି । ଅଧ୍ୟୟନ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ଟିକା ସାହାଯ୍ୟରେ ସୃଷ୍ଟି ହେଉଥିବା ଆଣ୍ଟିବଡି ୧ ବର୍ଷ ପର୍ଯ୍ୟନ୍ତ ଅଧିକ ସକି୍ରୟ ରହିଥାଏ । ଟିକାର ଦ୍ୱିତୀୟ ଡୋଜ ବା ବୁଷ୍ଟର ସଟ ଏହାକୁ ଅଧିକ ଶକ୍ତିଶାଳୀ କରିଥାଏ । ଭ୍ୟାକ୍ସିନ ଗ୍ରୁପ ଏ ନେଇ ଏକ ପରୀକ୍ଷଣ ମଧ୍ୟ କରିଛନ୍ତିି । ଅଧିକ ଦିନ ବ୍ୟବଧାନରେ ଦ୍ୱିତୀୟ ଡୋଜ ଟିକା ନେଉଥିବା ବ୍ୟକ୍ତିଙ୍କ ନିକଟରେ ଅଧିକ ଶକ୍ତିଶାଳୀ ଆଣ୍ଟିବଡ଼ି ସୃଷ୍ଟି ହେଉଥିବା ପରୀକ୍ଷଣରୁ ଜଣାପଡ଼ିଛି ।