ଏମିତି ବି ମୃତ୍ୟୁ ଆସେ, ଦୁର୍ଘଟଣାରେ ଚାଲିଗଲା ୨୬ ଜୀବନ
ନୂଆଦିଲ୍ଲୀ: ଗ୍ରୀସ୍ ଲାରିସା ସିଟିରେ ଯାତ୍ରୀବାହୀ ଟ୍ରେନ ସହ ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍ । ଫଳରେ ୨୬ ଜଣଙ୍କ ମୃତୁ୍ୟ ହୋଇଥିବା ୮୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ।
ସୂଚନା ମୁତାବକ, ୩୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ୍ଟି ମଙ୍ଗଳବାର ରାତିରେ ଲାରିସା ନଗରୀ ନିକଟବର୍ତ୍ତୀ କେନ୍ଦ୍ରୀୟ ଗ୍ରିସ୍ର ଟେମ୍ପି ଅଞ୍ଚଳରେ ଗୋଟାଏ ମାଲ୍ବାହୀ ଟ୍ରେନ୍ ସହିତ ଧକ୍କା ଖାଇଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ନିମନ୍ତେ ଅନ୍ୟୂନ ୧୫୦ଜଣ ଅଗ୍ନିଶମ କର୍ମଚାରୀ , ୧୭ଟି ଗାଡ଼ି ଓ ୨୦ଟି ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯାତ୍ରୀବାହୀ ଟ୍ରେନଟି ଏଥେନ୍ସରୁ ଥେସାଲୋନିକ୍ ଅଭିମୁଖେ ଯାତ୍ରା କରୁଥିଲା। ଟ୍ରେନ୍ ଦୁଇଟି ଖୁବ୍ ଜୋର୍ରେ ପରସ୍ପରକୁ ଧକ୍କା ଦେଇଛନ୍ତି। ଯାତ୍ରୀବାହୀ ଟ୍ରେନ୍ର ପ୍ରଥମ ୪ଟି ବଗି ଧାରଣାଚ୍ୟୁତ ହୋଇଯାଇଛି। ସେଥିରୁ ୨ଟି ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ୨୫୦ଜଣ ଯାତ୍ରୀଙ୍କୁ ନିରାପଦରେ ସ୍ଥାନାନ୍ତରଣ କରାଯାଇଛି । ଏଯାଏଁ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।




admin 