ଏବେ ସପ୍ତାହରେ ସବୁଦିନ ଦିଆଯିବ ଟୀକା

ଏବେ ସପ୍ତାହରେ ସବୁଦିନ ଦିଆଯିବ ଟୀକା

ଏବେ ସପ୍ତାହରେ ସବୁଦିନ ଦିଆଯିବ ଟୀକା
ନୂଆଦିଲ୍ଲୀ: ଟୀକାକଣ ନେଇ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ବୁଧବାର ବଡ ଧରଣର ଘୋଷଣା କରିଛନ୍ତି । ସେ କହିଛନ୍ତି, ସରକାର କରୋନା ନିରୋଧି ଟୀକା ଲଗାଇବାର ବେଗ ବଢାଇବା ପାଇଁ ସମୟସୀମା ଉପରୁ ଅଙ୍କୁଶ ହଟାଇ ଦେଇଛନ୍ତି। ଏବେ ନାଗରିକ ୨୪ ଘଣ୍ଟା ଓ ସପ୍ତାହର ୭ ଦିନ ନିଜର ସୁବିଧା ଅନୁସାରେ ଟୀକା ଲଗାଇ ପାରିବେ। ଏହା ପୂର୍ବରୁ ଯେତେବେଳେ ୧ ମାର୍ଚ୍ଚରୁ ଟୀକାକରଣର ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭ ହେବାର ଥିଲା ସେତେବେଳେ ପ୍ରତି କେନ୍ଦ୍ରରେ ସକାଳ ୯ଟାରୁ ନେଇ ମଧ୍ୟାହ୍ନ ୩ଟା ପର୍ୟ୍ୟନ୍ତର ସମୟରେ ଟୀକାକରଣ ପାଇଁ ସମୟ ଧାର୍ୟ୍ୟ ଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ସରକାର ଟୀକାକରଣର ବେଗ ବଢାଇବା ପାଇଁ ସମୟର କୌଣସି କଟକଣା ରଖିନାହାନ୍ତି। ଏବେ ଦେଶର ନାଗରିକ ୨୪ ଘଣ୍ଟା ଓ ୭ ଦିନ ନିଜର ସୁବିଧା ଅନୁସାରେ ଟୀକା ଲଗାଇ ପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକଙ୍କ ସ୍ବାସ୍ଥ୍ୟ ସହିତ ତାଙ୍କର ମୂଲ୍ୟବାନ ସମୟକୁ ମଧ୍ୟ ଗୁରୁତ୍ବ ଦିଅନ୍ତି। ଉଲ୍ଲେଖନୀୟ ଯେ, କୋଭିଡ୍-୧୯ ଟୀକା ଏପର୍ୟ୍ୟନ୍ତ ୧.୫୪ କୋଟି ଡୋଜ୍ ଲାଭାର୍ଥୀଙ୍କୁ ଦିଆଯାଇ ସାରିଛି।