ଏଣିକି ୪୯୯ ଟଙ୍କାରେ ଆରଟି-ପିସିଆର ଟେଷ୍ଟ

ଏଣିକି ୪୯୯ ଟଙ୍କାରେ ଆରଟି-ପିସିଆର ଟେଷ୍ଟ

ଏଣିକି ୪୯୯ ଟଙ୍କାରେ ଆରଟି-ପିସିଆର ଟେଷ୍ଟ
ନୂଆଦିଲ୍ଲୀ: କରୋନା ସ୍ୱାବର ଆରଟି-ପିସିଆର ପରୀକ୍ଷା ଏଣିକି ୪୯୯ ଟଙ୍କାରେ ଉପଲବ୍ଧ ହେବ । ସରକାରୀ ଭାବେ ଆରଟି-ପିସିଆର ପରୀକ୍ଷା ମାଗଣାରେ କରାଯାଉଥିବା ବେଳେ ଘରୋଇ ଭାବେ ଏହି ପରୀକ୍ଷା ପାଇଁ ୧୫୦୦ ରୁ ୨୪୦୦ ଟଙ୍କା ଦାବି କରାଯାଉଛି । ଏହି ଘରୋଇ ପରୀକ୍ଷାକୁ ଏବେ ୪୯୯ ଟଙ୍କାରେ ଉପଲବ୍ଧ କରାଯିବ ଓ ଏହାର ଫଳ ୬ ଘଣ୍ଟାରେ ମିଳିବ । ସ୍ପାଇସ ହେଲଥ ପକ୍ଷରୁ ଏହି ଆରଟି-ପିସିଆର ପରୀକ୍ଷା ଉପଲବ୍ଧ ହେବ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ସ୍ପାଇସ ହେଲଥର ସିଇଓ ଅବନୀ ସିଂହ ସୋମବାର ଏହି ନୂଆ ସୁବିଧାର ଆରମ୍ଭ କରିଛନ୍ତି । ସ୍ପାଇସ ଜେଟ ପକ୍ଷରୁ ସ୍ପାଇସ ହେଲଥ ନାମରେ ନୂଆ ସେବାର ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ସ୍ଥାନରେ ସ୍ପାଇସ ହେଲଥ ଭ୍ରାମ୍ୟମାଣ ପରୀକ୍ଷାଗାର ସ୍ଥାପନ କରି ଏହି ସୁବିଧା ଯୋଗାଇ ଦିଆଯିବ । ପ୍ରତି ଲ୍ୟାବରେ ଦୈନିକ ୧୦୦୦ ନମୁନା ପରୀକ୍ଷା କରାଯାଇପାରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ଏହା ମାଗଣାରେ ମିଳିବ ।