ଉତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ଶାନ୍ତା ନଦୀରେ ବନ୍ୟା

ଉତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ଶାନ୍ତା ନଦୀରେ ବନ୍ୟା

ଉତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ଶାନ୍ତା ନଦୀରେ ବନ୍ୟା
ନୂଆଦିଲ୍ଲୀ : ଗୋଟିଏ ପଟେ କରୋନା ସହ ଦେଶ ଯୁଝୁଥିବାବେଳେ ଉତରାଖଣ୍ଡରେ ପୁଣି ଏକ ଛାତି ଥରା ଅଘଟଣ ଘଟିଛି । ଉତରାଖଣ୍ଡର ଦେବପ୍ରୟାଗ ଠାରେ ବାଦଲ ଫଟା ବର୍ଷା ଯୋଗୁଁ ଶାନ୍ତା ନଦୀରେ ଅକସ୍ମାତ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଶାନ୍ତି ବଜାର ପୁରା ଧୋଇ ହୋଇଯାଇଛି । ଦୁର୍ବଳ ଘରଗୁଡ଼ିକ ପାଣିରେ ଭାସିଯାଇଛି । ଖାଲି ସେତିକିନୁହେଁ ଆଇଟିଆଇର ତିନି ମହଲା ଘର ବି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଶାନ୍ତା ବଜାରର ଦଶଟି ଦୋକାନ ପାଣିରେ ଭାସିଯାଇଥିବାବେଳେ ବସଷ୍ଟାଣ୍ଡ ଓ ରାସ୍ତାବି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ଅନୁଯାୟୀ, ସଂଧ୍ୟା ୫ଟା ବେଳକୁ ଦଶରଥ ଅଂଚଳର ପର୍ବତ ଉପରେ ବାଦଲ ଫାଟିଯିବାରୁ ପାଣି ଘୁ ଘୁ ଗର୍ଜନ କରି ମାଡ଼ି ଆସିଥିଲା । ବଡ଼ ବଡ଼ ପଥର ବି ଭାସି ଆସିଥିଲା । ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିଲା । ଯାହାଫଳରେ ଜୀବନହାନି ଘଟିନାହିଁ ବୋଲି ପୁଲିସ କହିଛି । ପୋଲ, ବିଜୁଳି ଖୁଂଟ ଆଦି ଭାଙ୍ଗି ଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରିରହିଛି ।