ଉତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାରେ ହେବ ମେଡିକାଲ କଲେଜ

ଉତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାରେ ହେବ ମେଡିକାଲ କଲେଜ

ଉତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାରେ ହେବ ମେଡିକାଲ କଲେଜ
ଲକ୍ଷ୍ନୌ: ଉତରପ୍ରଦେଶର ସମସ୍ତ ୭୫ଟି ଯାକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି । ମେଡିକାଲ କଲେଜ ନଥିବା ୧୬ଟି ଜିଲ୍ଲାରେ ସରକାରୀ ଘରୋଇ ସହଭାଗିତା (ପିପିପି)ରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ସେହିଭଳି ଅନ୍ୟ ଯେଉଁ ସବୁ ଜିଲ୍ଲାରେ କଲେଜ ରହିଛି ତାର ଉନ୍ନତି କରାଯିବ । ଖୁବଶୀଘ୍ର ଏ ସମ୍ପର୍କରେ ଆଇନ ଅଣାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଗୋରଖପୁର, ଆଗ୍ରା ଓ ବାରାଣସୀରେ ସୁପରସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ । ଏଥିପାଇଁ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ।