ଆହୁରି ମାସେ ବଢିବ ଲକ ଡାଉନ

ଆହୁରି ମାସେ ବଢିବ ଲକ ଡାଉନ

ଆହୁରି ମାସେ ବଢିବ ଲକ ଡାଉନ
ଦେଶରେ କରୋନା ଭାଇରସ୍‌ ନେଇ ଲକ୍‌ଡାଉନ୍‌ ଜାରି ରହିଛି । ଯାହାର ଅବଧି ମେ ୩ ତାରିଖରେ ଶେଷ ହେବାକୁ ଯାଉଛି l ଭୟଙ୍କର ଭାଇରସର ନିୟନ୍ତ୍ରଣ ପାଇଁ ଜାରି ରହିଥିବା ପ୍ରକିୟାକୁ ବଳବତ୍ତର ରଖିବାକୁ ଅନେକ ରାଜ୍ୟ ସରକାର ଚାହୁଛନ୍ତି । ଏହି ପ୍ରରିପେକ୍ଷୀରେ ଲକ୍‌ଡାଉନ୍‌ ଅବଧି ଆହୁରୀ ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ କନ୍‌ଫରେନ୍ସି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛନ୍ତି । କେନ୍ଦ୍ର ସରକାରଙ୍କ ନବୀନ ପଟ୍ଟନାୟକ ୩ଟି ପ୍ରସ୍ତାବ ଦେଇଛନ୍ତି । ବାହାର ରାଜ୍ୟରେ ଫସିଥିବା ଓଡିଶାର ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀମାନଙ୍କ ଯତ୍ନନେବାକୁ ଦାବି ରଖିଛନ୍ତି । ବିଭିନ୍ନ ରାଜ୍ୟରେ ଅଟକିଥିବା ଶ୍ରମଜୀବୀ, ଛାତ୍ର , ତୀର୍ଥଯାତ୍ରୀ ଓ ପ୍ରଫେସନାଲଙ୍କୁ ଫେରାଇଆଣିବାକୁ ଏସ୍‌ଓପି ଲାଗି ପ୍ରସ୍ତାବ ରଖିଛନ୍ତି । ସେହିପରି ନମୁନା ପରୀକ୍ଷଣ ବ୍ୟବସ୍ଥା ବଢାଇବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିବା ବେଳେ ଲକ୍‌ଡାଉ୍‌ନକୁ ଆଉ ମାସେ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି ।