ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ, ଆଦିତ୍ୟଙ୍କ ମୃତୁ୍ୟ ମାମଲାରୁ ପରଦା ଶୀଘ୍ର ଉଠିବ!

ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ, ଆଦିତ୍ୟଙ୍କ ମୃତୁ୍ୟ ମାମଲାରୁ ପରଦା ଶୀଘ୍ର ଉଠିବ!

ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ, ଆଦିତ୍ୟଙ୍କ ମୃତୁ୍ୟ ମାମଲାରୁ ପରଦା ଶୀଘ୍ର ଉଠିବ!
ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତୁ୍ୟ ମାମଲାରେ ହୋଇଥିବା ପଲିଗ୍ରାଫ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତକୁ ଆସିଛି । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ପପୁ ଦୀପକଙ୍କର ହୋଇଥିବା ପଲିଗ୍ରାଫ ଟେଷ୍ଟ ରିପୋର୍ଟ ରାଜ୍ୟ ଫରେନସିକ ଲ୍ୟାବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି । ରିପୋର୍ଟ ପାଇବା ପରେ ତଦନ୍ତର ବେଗ ତ୍ୱରାନ୍ୱିତ ହେବ । ଯଦିଓ ରିପୋର୍ଟ ନେଇ କ୍ରାଇମବ୍ରାଞ୍ଚ ଯାଏଁ କିଛି ସୂଚନା ଦେଇ ନାହିଁ ତେବେ ସମସ୍ତ ସଦସ୍ୟ ସତ କହିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ ପଚରା ଯାଇଥିବା ପ୍ରଶ୍ନର ଯେଉଁ ଉତ୍ତର ଥିଲା ସେ ସବୁ ଉତ୍ତର ଏହି ସଦସ୍ୟମାନେ ଦୃଢ଼ତାର ସହ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଯାହା ଜାଣିବାକୁ ଚାହୁଁଥିଲା ତାହା ପାଇଥିବା କୁହାଯାଉଛି । ଏଣୁ ମୃତୁ୍ୟ ରହସ୍ୟ ଉପରୁ ଖୁବ୍ ଶୀଘ୍ର ବରଦା ହଟିବା ନେଇ ଆଶା କରାଯାଇଛି । ଅନ୍ୟ ପଟେ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭିଡିଓ ଟିରେ ଆଦିତ୍ୟ ଓ ତାଙ୍କ ତତ୍କାଳୀନ ପ୍ରେମିକା ଚିନ୍ମୟୀ ରହିଛନ୍ତି । ଭିଡିଓଟିକୁ ଆଉ ଜଣେ ସୁଟିଂ କରୁଛନ୍ତି । ଭିଡିଓଟିରେ ଆଦିତ୍ୟ ଓ ଚିନ୍ମୟୀ ତଳେ ବସି ଏକାଠି ଖାଉଛନ୍ତି । ଆଦିତ୍ୟ ଚିନ୍ମୟୀଙ୍କୁ ଖୁଆଇ ଦେଉଛନ୍ତି । ସମଗ୍ର ଭିଡିଓ ଟିକୁ ଦେଖିଲେ ଲାଗୁଛି କି ଆଦିତ୍ୟ ଓ ଚିନ୍ମୟୀଙ୍କ ପ୍ରେମ ଏକତରଫା ନଥିଲା । ପୂର୍ବରୁ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା ନନ୍ଦ କିଶୋର ଏହାକୁ ଏକତରଫା କହୁଥିବା ବେଳେ ଆଦିତ୍ୟଙ୍କ ମୃତୁ୍ୟ ପାଇଁ ଚିନ୍ମୟୀକୁ ଦାୟୀ କରୁ୍ଥିଲେ । ଏହି ସବୁ ପ୍ରମାଣ ଏବେ ଅଭିଯୋଗକୁ ହାଲକା କରିଛି । ତେବେ କେବଳ ଏହି ଘଟଣା ନୁହେଁ, ବରଂ ଆଦିତ୍ୟଙ୍କର ଆହୁରି କିଛି ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।