ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ୧୩ ମୃତ, ଜାଣନ୍ତୁ କେଉଁଠି
ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ୧୩ ମୃତ, ଜାଣନ୍ତୁ କେଉଁଠି
ନ୍ୟୟୁର୍କ: ଆମେରିକାର ଫେଲାଡେଲଫିଆରେ ଥିବା ଗୋଟିଏ ୩ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ୮ ଜଣ ଛୋଟ ପିଲା ରହିଛନ୍ତି। ଏଠାରେ ରହୁଥିବା ଗାଟିଏ ପରିବାରର ୭ ଜଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁବାର ଭୋର ସମୟରେ ଘଟିଥିବା ଏହି ଅଗ୍ନିକାଣ୍ତ ଘଟିଛି।
ଘଟଣାରେ ୮ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି। ଏବେ ଘଟଣାର ତଦନ୍ତ ଚକରାଯାଉଛି। ଘଟଣା ବେଳେ ଆପାର୍ଟମେଣ୍ଟରେ କେତେ ଜଣ ଲୋକ ଥିଲେ, ସେକଥା ଜଣାପଡ଼ିନି। ଭୋର ସମୟରେ ଏହି ଘଟଣା ଘଟିଥିଲା। ସମସ୍ତେ ଶୋଇଥିବା ବେଳେ ହଠାତ୍ ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା। ଫଳରେ ୮ ଜଣ ପିଲାଙ୍କ ସମେତ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।




admin 