ଆଜିଠୁ ଭୁବନେଶ୍ୱର କ୍ରିକେଟ ଲିଗ୍

ଆଜିଠୁ ଭୁବନେଶ୍ୱର କ୍ରିକେଟ ଲିଗ୍

ଆଜିଠୁ ଭୁବନେଶ୍ୱର କ୍ରିକେଟ ଲିଗ୍
ଭୁବନେଶ୍ୱର - କି୍ରକେଟ୍ର ଉନ୍ନତିକୁ ଆଖି ଆଗରେ ରଖି ଓଡ଼ିଶା କି୍ରକେଟ ସଂଘର ଭିଜନ ୨୦୨୪ ଅନ୍ତର୍ଗତ ଭୁବନେଶ୍ୱର ଦୌଡ଼କୁଦ ସଂଘ ଆନୁକୁଲ୍ୟରେ ଶନିବାରଠୁ ଭୁବନେଶ୍ୱର କି୍ରକେଟ ଲିଗ୍ ଖେଳାଯିବ ୧୯ ଦଳକୁ ନେଇ ଆୟୋଜିତ ଏହି ଲିଗ୍ ଭୁବନେଶ୍ୱରର ୪ ପଡ଼ି୍ରା ଟାଉନ କ୍ଲବ, ପାରାମାଊଣ୍ଟ, ଗ୍ରୀନ୍ କି୍ରକେଟ ସଂଘ ଓ ତମାଣ୍ଡୋରେ ଖେଳାଯିବ । ଏହି ୧୯ କ୍ଲବକୁ ୪ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ ‘ଏ’ରେ ପ୍ରଗତି ସ୍ପୋର୍ଟିଂ, କିଶୋର କ୍ଲବ, କ୍ଲବ ରେଡ ଷ୍ଟାର ଓ ଜୟଦେବ ସ୍ପୋର୍ଟିଂ, ଗ୍ରୁପ୍ ‘ବି’ ରେ ସହିଦ ସ୍ପୋର୍ଟିଂ, ଟାଉନ କ୍ଲବ, ମୁକ୍ତେଶ୍ୱର କି୍ରକେଟ କ୍ଲବ ଓ ଭାରତ ଭୂଷଣ କି୍ରକେଟ ଏକାଡେମୀ ଗ୍ରୁପ ‘ସି’ ରେ ପାରାମାଉଣ୍ଟ ସ୍ପୋର୍ଟିଂ, ଓସ୍କାର କି୍ରକେଟ କ୍ଲବ, ଜାଗୃତି କି୍ରକେଟ ଏକାଡେମୀ, ଅଭିଳାଷ କି୍ରକେଟ ଏକାଡେମି ଓ ଶେଖର ସ୍ପୋର୍ଟିଂ ଏବଂ ଗ୍ରୁପ୍ ‘ଡି’ରେ ରାମେଶ୍ୱର ସ୍ପୋର୍ଟିଂ, ଗ୍ରିନ କି୍ରକେଟ ଏକାଡେମୀ କ୍ରାଉନିଂ ସ୍ପୋର୍ଟିଂ ଓ ସ୍କାନ କି୍ରକେଟ ଏକାଡେମି ରହିଛନ୍ତି । ୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଲିଗ୍ରେ ମୋଟ ୨୮ ମ୍ୟାଚ୍ ଖେଳାଯିବ । ଶନିବାର ପ୍ରଥମ ଦିବସରେ ଟାଉନ କ୍ଲବ ଭରତ ଭୂଷଣ କି୍ରକେଟ ଏକାଡେମି (ଟାଉନ କ୍ଲବ ପଡ଼ିଆ) ପାରାମାଉଣ୍ଟ ସ୍ପୋର୍ଟିଂ ଓସ୍କାର କି୍ରକେଟ କ୍ଲବ (ପାରାମାଉଣ୍ଟ ପଡ଼ିଆ), ସ୍କାନ କି୍ରକେଟ କ୍ଲବ-ଗ୍ରୀନ କି୍ରକେଟ ଏକାଡେମୀ (ଗ୍ରୀନ କି୍ରକେଟ ସଂଘ ପଡ଼ିଆ) ଓ ରାମେଶ୍ୱର ସ୍ପୋର୍ଟିଂ-କ୍ରାଉନିଂ ସ୍ପୋର୍ଟିଂ (ତମାଣ୍ଡୋ ପଡ଼ିଆ) ମ୍ୟାଚ୍ ଖେଳାଯିବ ।