ଆଜିଠୁ ବଢ଼ିବ ଶୀତ, ଲଘୁଚାପ ପ୍ରଭାବ ପଡ଼ିବନି

ଆଜିଠୁ ବଢ଼ିବ ଶୀତ, ଲଘୁଚାପ ପ୍ରଭାବ ପଡ଼ିବନି

ଆଜିଠୁ ବଢ଼ିବ ଶୀତ, ଲଘୁଚାପ ପ୍ରଭାବ ପଡ଼ିବନି

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେବେ ଏହା ଘନୀଭୂତ ହୋଇ ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ । ଏ ମାସର ଏହା ହେଉଛି ଚତୁର୍ଥ ଲଘୁଚାପ । ୨୯ ଓ ୩୦ ତାରିଖରେ ଏହା ତାମିଲନାଡୁ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷଣ ଓଡିଶାରେ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ତେବେ ଏହି ଲଘୁଚାପର ପ୍ରଭାବ ଓଡିଶା ଉପରେ ରହିବ ନାହିଁ ବୋଲି ସେ କହିଛନ୍ତି । ୨୩ ତାରିଖରୁ ଓଡିଶାରେ ଶୀତ ବଢିବ । ଉପକୂଳରେ ୨୬ରୁ ଶୀତ ବଢିବ । ୨୩ରୁ ୨୬ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ ହ୍ରାସ ପାଇପାରେ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୨୬ରୁ ୨୮ ତାରିଖ ଭିତରେ ରାତି ତାପମାତ୍ରା ୬ ଡିଗ୍ରୀ ସେଲସିୟସ ହ୍ରାସ ହେବ । ୨୮ ତାରିଖରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । 


ଅନ୍ୟପଟେ ଡିସେମ୍ବର ପ୍ରଥମ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହୋଇ ବଙ୍ଗୋପସାଗରକୁ ଆସିବାର ସମ୍ଭାବନା ରହିଛ ବୋଲି ପୂର୍ବାନୁମାନ କରିଛନ୍ତି । ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ପରିବର୍ତ୍ତନର ସମ୍ଭାବନା ରହିଛି । ତେଣୁ ନଭେମ୍ବର ସୁଦ୍ଧା ଚାଷୀମାନେ ଅମଳ କରିଦେବାକୁ ସେ ପରାମର୍ଶ ଦେଇଛନ୍ତି ।