ଆଜିଠୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ , ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ
ଆଜିଠୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ , ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ: ଆଜିଠୁ ଆରମ୍ଭ ହେଲା ପିତୃପକ୍ଷ । ପରିବାର ମଙ୍ଗଳ ଓ ପିତୃପୁରୁଷଙ୍କ ମୋକ୍ଷ, ଶାନ୍ତି ଉଦ୍ଦେଶ୍ୟରେ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀର ବିଭିନ୍ନ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଅର୍ପଣ କରୁଛନ୍ତି ।
ରବିବାର ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆସନ୍ତା ଅମାବାସ୍ୟା ପର୍ୟ୍ୟନ୍ତ ୧୫ଦିନ ବ୍ୟାପି ପିତୃପକ୍ଷ ଦିବସ ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ନିଜର ପିତୃପୁରୁଷଙ୍କ ମୋକ୍ଷ ଓ ଶାନ୍ତି ପାଇବା ଉଦ୍ଦେଶ୍ୟରେ ଏହି ପୂଜା ଵିଧି ପରମ୍ପରା ଥିବା ବେଳେ ପରିବାରର ସର୍ବ କଲ୍ୟାଣ ଉଦ୍ଦେଶ୍ୟରେ ଏହା କରାଯାଇଥାଏ ବୋଲି ବିଶ୍ୱାସ କରାଯାଏ । ଫୁଲ, ରାଶି, ଚାଉଳ ଆଦି ବିଭିନ୍ନ ଦ୍ରବ୍ୟ ବ୍ୟବହାର କରାଯାଇ ଆଗାମୀ ୧୫ ଦିନ ପର୍ୟ୍ୟନ୍ତ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ଏହି ପିତୃପକ୍ଷ ତର୍ପଣ ପୂଜା କରାଯାଏ । ଏଣୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁ ଭିଡ ଲାଗି ରହିଛି ।
ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦ ଠାରୁ ଅମାବାସ୍ୟା ପର୍ୟ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।




admin 