ଆଜିଠୁ ଧାରଣାରେ ବସିବ ବିଜେପି

ଆଜିଠୁ ଧାରଣାରେ ବସିବ ବିଜେପି

ଆଜିଠୁ ଧାରଣାରେ ବସିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ୨୩ବର୍ଷ ଧରି ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି । ଓଡିଶା ପୁଲିସ କୁମ୍ଭକର୍ଣ୍ଣ ନିଦରେ ଶୋଇଛି । ତାର ନିଦ ଭାଙ୍ଗିବା ଦରକାର । ଆଜିଯାଏ କୌଣସି ଘଟଣାରେ ପୀଡିତାଙ୍କୁ ନ୍ୟାୟ ମିଳିଲାନି । ପୁରୀ ଜିଲ୍ଲା ନିମାପଡାର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ତଦନ୍ତ ଠିକ୍‌ରେ ହେଉନି । ପ୍ରମାଣ ଥାଇ ବି ପୁଲିସ ପ୍ରଭାବଶାଳୀଙ୍କୁ ତଦନ୍ତ ପରିସରଭୁକ୍ତ କରୁନି।

ମହିଳା ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ଏବେସୁଦ୍ଧା ଚାର୍ଜସିଟ୍‌ ଦାଖଲ ହୋଇନି । ତାଙ୍କୁ ଘଣ୍ଟ ଘୋଡାଇବାରୁ ଉଦ୍ୟମ ହେଉଛି । ଏହି ଦୁଇ ପ୍ରସଙ୍ଗରେ ପୁଲିସର ନିଷ୍କ୍ରିୟତାକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି । ଆଜିଠୁ  ଦଳ ଅହୋରାତ୍ର ଧାରଣାରେ ବସିବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ନିର୍ଣ୍ଣାୟକ ନ୍ୟାୟ ନ ପାଇବା ଯାଏ ଏହି ଆନ୍ଦୋଳନ ଜାରି ରହିବ । ରାଜ୍ୟ ସରକାର ଅର୍ଚ୍ଚନା ନାଗଙ୍କ ଘଟଣାରେ ଯେଉଁ ବଡ ବଡିଆ ନେତାମନ୍ତ୍ରୀମାନେ ସଂପୃକ୍ତ ଅଛନ୍ତି ତାଙ୍କ ନାମ ପ୍ରକାଶ କରିବା କାର୍ୟ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ କହିଛନ୍ତି