ଆଜିଠୁ ଜେଇଇ ମେନ୍-୨

ଆଜିଠୁ ଜେଇଇ ମେନ୍-୨

ଆଜିଠୁ ଜେଇଇ ମେନ୍-୨
ଭୁବନେଶ୍ୱର : ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହୋଇଛି ଜେଇଇ ମେନ୍-୨ । ଦେଶର ୩୩୧ଟି ସହରରେ ପରୀକ୍ଷା କରାଯାଉଛି। ଏହା ୧୮ ତାରିଖ ପର୍ୟ୍ୟନ୍ତ ଚାଲିବ । ପ୍ରତିଦିନ ଦୁଇଟି ସିଟିଂରେ ହେବ ପରୀକ୍ଷା । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୩ଟାରୁ ସଂଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କରାଯାଉଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ ସମେତ ବିଭିନ୍ନ ସହରରେ ପରୀକ୍ଷା କରାଯାଉଛି । ରାଜ୍ୟର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ବେଳେ କରୋନା ଗାଇଡ୍ ଲାଇନ୍ ମାନିବା ପାଇଁ ନିର୍ଦ୍ଦେଶ ରହିଛି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ଓଡ଼ିଆ ଓ ହିନ୍ଦୀ ସମେତ ୯ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେଉଛି।