ଆଜି ଭୁବନେଶ୍ୱରରୁ ୭୫ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଭୁବନେଶ୍ୱରରୁ ୭୫ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଭୁବନେଶ୍ୱରରୁ ୭୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: କରୋନା ସଂକ୍ରମଣ ଦ୍ୱିତୀୟ ଲହର ଆରମ୍ଭ ହୋଇଗଲା । ଆମ ଭାରତ ବର୍ଷରେ ଆଜି ଗୋଟିଏ ଦିନରେ ୧ ଲକ୍ଷ ୩ ହଜାର ୫୫୮ ଜଣ ଚିହ୍ନଟ ହେଉଥିବା ବେଳେ ରାଜ୍ୟରୁ ୪୭୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆମ ରାଜ୍ୟର ରାଜଧାନୀ ମଧ୍ୟ ପଛରେ ନାହିଁ । ଠିକ୍ ୧୫ ଦିନ ତଳେ ରାଜ୍ୟରୁ ୭୦/୮୦ ଚିହ୍ନଟ ହେଉଥିବା ବେଳେ ଆଜି ଖୋଦ ରାଜଧାନୀରୁ ୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ୱରରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୧ ଜଣ ପଜିଟିଭ ମଧ୍ୟରୁ ୬୨ ଲୋକାଲ କେସରୁ ଚିହ୍ନଟ ହୋଇଥବା ବେଳେ ଆଉ ୧୩ ଜଣ କ୍ୱାରେଂଟଇନରୁ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ-୮, ଖଣ୍ଡଗିରି-୭, ରସୁଲଗଡ-୪ , ଓଲ୍ଟ ଟାଉନ, ସୁନ୍ଦରପଦା, ଓ ୟୁନିଟ-୮ରୁ ୩ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ପଜିଟିଭ ସଂଖ୍ୟା ୩୨ ହାଜର ୭୩୧କୁ ବୃଦ୍ଧି ପାଇଛି ।