ଆଜି ବିଶ୍ୱ ଓଜୋନ୍ ଦିବସ
ଆଜି ବିଶ୍ୱ ଓଜୋନ୍ ଦିବସ

୧୯୯୪ ମସିହା ଡ଼ିସେମ୍ବର ୧୯ରେ ଜାତିସଂଘ ପ୍ରଥମଥର ‘ବିଶ୍ୱ ଓଜୋନ୍ ଦିବସ’ ପାଳନ କରିବାକୁ ଘୋଷଣା କଲା । ଏହି ଘୋଷଣା ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୬ତାରିଖକୁ ବିଶ୍ୱ ଓଜୋନ ଦିବସ ଭାବେ ପାଳତ ହୋଇଆସୁଛି । ଓଜୋନ୍ ସ୍ତରରେ ଗୁରୁତ୍ୱ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ପୃଥିବୀପୃଷ୍ଠରେ ଓଜୋନ୍ ସ୍ତର ବିନା ଜୀବସତ୍ତା ଅସମ୍ଭବ । ଓଜନସ୍ତର କ୍ଷୟ ହେବାରେ ମଧ୍ୟ ଲାଗିଛି ।
ଏହା ପଛରେ ମୁଖ୍ୟ କାରଣ ହେଉଛି ଶିଳ୍ପାୟନ ଓ ଆଧୁନିକୀକରଣ । ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ କାରଣରୁ ଓଜନସ୍ତର କ୍ଷୟ ହେଉଛି । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି କାରଣରୁ ଚର୍ମ ରୋଗ ହେବା ଆଶଙ୍କା ସବୁଠୁ ଅଧିକ । ଆମ ସମସ୍ତଙ୍କୁ ସେହି ରଶ୍ମି କୁପ୍ରଭାବରୁ ଓଜୋନ୍ ସ୍ତର ରକ୍ଷା କରୁଛି ।