ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି

ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି

ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍‌ ଦାଖଲ କରାଯିବ ।  ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍‌ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଦାଖଲ କରାଯିବା ନେଇ ସୂଚନା ରହିଛି । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିବ । ତାହା ସହ  ଜେରା ସମୟରେ ରେକର୍ଡ କରାଯାଇଥିବା ଅଡିଓ ଓ ଭିଡିଓ ମଧ୍ୟ ଦାଖଲ କରିବ ଇଡି । ପୂର୍ବରୁ ବ୍ଲାକମେଲ୍‌ କ୍ବିନ୍‌ ଅର୍ଚ୍ଚନା ନାଗକୁ ଇଡି ଦୁଇ ଦୁଇଥର ରିମାଣ୍ଡରେ ନେଇ ଜେରା କରିଥିଲା । ଅର୍ଚ୍ଚନାର ସମ୍ପତ୍ତିକୁ ନେଇ ଘନଘନ ଜେରା କରିଥିଲା ଇଡି । ତାହାସହ ଏତେ କମ୍‌ ଦିନ ମଧ୍ୟରେ ଏତେ ସମ୍ପତ୍ତି କିପରି ଠୁଳ କରାଗଲା ସେନେଇ ଇଡି ପଚରାଉଚରା କରିଥିଲା ।
କେଉଁଠାରୁ ଏତେ ଟଙ୍କା ଆସୁଥିଲା ? ଏତେ ବଡ଼ ଘର କରିବା ପଛରେ କାହାର ହାତ ରହିଛି ? ବଡ଼ବଡ଼ିଆ ଲୋକଙ୍କ ଠାରୁ କେମତି ଟଙ୍କା ଆଣୁଥିଲା ଅର୍ଚ୍ଚନା ? ଏପରି ଅନେକ ପ୍ରଶ୍ନ ଇଡି ଅର୍ଚ୍ଚନାକୁ ପଚାରିଛି । ଖାଲି ସେତିକି ନୁହେଁ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ଇଡି ରିମାଣ୍ଡରେ ଆଣିଥିଲା । ରିମାଣ୍ଡରେ ଆଣି ଅନେକ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରିଛି । ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିବା ଏତଲା ଆଧରରେ ମଧ୍ୟ ଜେରା ହୋଇଛନ୍ତି ଅର୍ଚ୍ଚନା । ସେପଟେ ଶ୍ରଦ୍ଧାଞ୍ଜଳି ସହ ସୁନା ବ୍ୟବସାୟୀ, କାର୍‌ ସୋରୁମ୍‌ ମାଲିକ ପରି କିଛି ବଡ଼ ବଡ଼ ଲୋକ ମଧ୍ୟ ଇଡିରେ ହାଜର ହୋଇ ଜେରା ହୋଇଛନ୍ତି ।