ଆଜି ଚନ୍ଦ୍ର ଗ୍ରହଣ

ଆଜି ଚନ୍ଦ୍ର ଗ୍ରହଣ

ଆଜି ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର:  ଆଜି ଚନ୍ଦ୍ର ଗ୍ରହଣ । ଭୁବନେଶ୍ୱରବାସୀ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ୍‌ (ସନ୍ଧ୍ୟା ୫ଟା ୫ରୁ ୫ଟା ୧୧)ଲାଗି ଦେଖିପାରିବେ । ସନ୍ଧ୍ୟା ୫ଟା ୧୧ରୁ ୬ଟା ୧୯ ଯାଏ ଆଂଶିକ ଚନ୍ଦ୍ର ଗ୍ରହଣ ଦେଖାଯିବ ।

ଏଭଳି ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପୁଣି ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ୭ ତାରିଖରେ ଦେଖାଯିବ । ଭାରତରେ ପରବର୍ତ୍ତୀ ସୂର୍ୟ୍ୟୋପରାଗ (ଆଂଶିକ) ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସ ୨ ତାରିଖରେ ଦେଖାଯିବ । ଚନ୍ଦ୍ର ଗ୍ରହଣ ଲାଗି ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଲୋକଙ୍କୁ ସଚେତନତା କରିବା ସହ ଏହି ସୁଯୋଗକୁ ହାତଛଡ଼ା ନକରିବାକୁ ଅନୁରୋଧ କରିଛନ୍ତି ।s...... ସୂର୍ୟ୍ୟୋପରାଗରେ ଜନସାଧାରଣଙ୍କୁ ନିରାଶ କରିଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ କତ୍ତୃର୍ପକ୍ଷ କିନ୍ତୁ ଚନ୍ଦ୍ର ଗହ୍ରଣ ସମୟରେ ନିରାଶ କରିବେ ନାହିଁ । ଏଥିଲାଗି ପ୍ଲାନେଟାରିୟମ୍‌ ତରଫରୁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ କରାଯାଉିଛି ।
ଏହି ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟ୍‌ରୁ ୬ଟା ୨୦ ମିନିଟ୍‌ ଯାଏ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖାଇବାର ବ୍ୟବସ୍ଥା କରାଯିବ । ପାଗ ମେଘୁଆ ରହିଲେ କାର୍ୟ୍ୟକ୍ରମ ବାତିଲ ହୋଇପାରେ ବୋଲି ପ୍ଲାନେଟାରିୟମ୍‌ ପକ୍ଷରୁ ସୂଚନା ମିଳିଛି ।