ଆଜି, କାଲି ରାତି ୧୧ଟା ଯାଏ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ

ଆଜି, କାଲି ରାତି ୧୧ଟା ଯାଏ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ

ଆଜି, କାଲି ରାତି ୧୧ଟା ଯାଏ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ନେଇ ଶ୍ରୀମନ୍ଦିର ଭକ୍ତଙ୍କ  ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। 

ଆଜି ରାତି ୧୧ ଟା ଓ ଆସନ୍ତାକାଲି ରାତି ୧୧ ଟା ଯାଏ ଭକ୍ତ ଶ୍ରୀମନ୍ଦିର ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ । ପୂର୍ବରୁ ସକାଳ ୭ ଟା ରୁ ରାତି ୯ ଟା ଯାଏ ଶ୍ରୀମନ୍ଦିରରେ ଦର୍ଶନ ଅନୁମତି ରହିଥିଲା। ସେପଟେ ପୂର୍ଵ ନିଷ୍ପତ୍ତି ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଭକ୍ତଙ୍କ ଭିଡ଼ ଅଧିକ ହେବା ଆଶଙ୍କାକୁ ଦୃଷ୍ଟିରେ ରଖାଯାଇ କୋଭିଡ କଟକଣା ଅନୁଯାୟୀ କାର୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ ବନ୍ଦ ରହିବ।