ଆଜି ଉତ୍ତରପ୍ରଦେଶରେ ପ୍ରଥମ ପର୍ୟ୍ୟାୟ ଭୋଟ୍

ଆଜି ଉତ୍ତରପ୍ରଦେଶରେ ପ୍ରଥମ ପର୍ୟ୍ୟାୟ ଭୋଟ୍

ଆଜି ଉତ୍ତରପ୍ରଦେଶରେ ପ୍ରଥମ ପର୍ୟ୍ୟାୟ ଭୋଟ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟ ଭୋଟ୍‌ ଆଜିଠାରୁ ଆରମ୍ଭ ହୋଇଛି।  ପ୍ରଥମ ପର୍ୟ୍ୟାୟରେ ୧୧ଟି ଜିଲ୍ଲାର ୫୮ ଆସନରେ ମତଦାନ ହେଉଛି।  ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ।  ମଇଦାନରେ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୨୭ଲକ୍ଷ ଭୋଟର।

 ମଧ୍ୟରେ ୧କୋଟି ୨୪ ଲକ୍ଷ ପୁରୁଷ, ୧ କୋଟି ୪ ଲକ୍ଷ ମହିଳା ତଥା ୧୪୪୮ ଟ୍ରାନ୍ସଜେଣ୍ଡର ସାମିଲ ଅଛନ୍ତି। ପ୍ରଥମ ପର୍ୟ୍ୟାୟରେ ଯେଉଁସବୁ ଆସନ ଅଧିକ ଫୋକସରେ ରହିଛି-ସେଗୁଡ଼ିକ ହେଲା ମୁଜାଫରନଗର, ମିରଟ୍, ଗାଜିଆବାଦ, ଆଲିଗଡ଼, ମଥୁରା ଓ ଆଗ୍ରା ଆସନ।

ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଳ ଦେବ ଅଗ୍ରଓ୍ୱାଲ୍, ଅତୁଲ ଗର୍ଗ ଓ ଚୌଧୁରୀ ଲକ୍ଷ୍ମୀ ନାରାୟଣଙ୍କ ଭଳି ନେତାଙ୍କ ଭାଗ୍ୟପରୀକ୍ଷା ହେବ। ପଶ୍ଚିମ ୟୁପିର ଜାଟ୍ ସଂପ୍ରଦାୟ ରହୁଥିବା ଅଞ୍ଚଳରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ହେଉଥିବା ଯୋଗୁଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। କେବଳ ଉତ୍ତର ପ୍ରଦେଶରେ ୭ଟି ପର୍ୟ୍ୟାୟରେ ନିର୍ବାଚନ କରାଯିବାକୁ ସ୍ଥିର ହୋଇଛି। ଗତକାଲି ସନ୍ଧ୍ୟାରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିଲା।