ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳିବେ ରୈନା

ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳିବେ ରୈନା

ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳିବେ ରୈନା
ଚେନ୍ନାଇ: ବିସିସିଆଇ ଆନୁକୁଲ୍ୟରେ ଆୟୋଜିତ ଇଣ୍ଡିଆନ ପି୍ରମିୟର ଲିଗ (ଆଇପିଏଲ) ର ଆସନ୍ତା ସଂସ୍କରଣରେ ସୁରେଶ ରୈନା ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଦଳ ତରଫରୁ ଖେଳିବେ । ୟୁଏଇରେ ଆୟୋଜିତ ଆଇପିଏଲରେ ଚଳିତ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ରୈନା ହଠାତ ଦଳ ଛାଡି ଦେଇଥି ଭାରତ ଫେରି ଆସିଥିଲେ । ରୈନା ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ଫେରି ଆସିଥିବା ଆଲୋଚନା ହେଉଥିବା ବେଳେ ଦଳ ମଧ୍ୟରେ କିଛିଟା ବିବାଦ ଦେଖାଯିବା ଫଳରେ ରେନ÷ନା ଭାରତ ଫେରିଥିବା ଆଉ କେତେକ ମହଲରେ ଚର୍ଚ୍ଚା ହେଉଥିଲା । ସିଏସକେ ତରଫରୁ ରୈନା ଆଇପିଏଲ ଚଳିତ ସଂସ୍କରଣ ଖେଳି ନଥିବାରୁ ତାଙ୍କୁ ଆଗାମୀ ସଂସ୍କରଣ ନିମନ୍ତେ ଦଳରୁ ବାଦ ଦିଆଯିବ ବୋଲି ଶୁଣାଯାଉଥିବା ବେଳେ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସିଏସକେର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ।