ଆଇନ ଉଲ୍ଲଂଘନକାରୀଙ୍କୁ ଛଡ଼ାଯିବ ନାହିଁ: ମାନେକା ଗାନ୍ଧୀ

ଆଇନ ଉଲ୍ଲଂଘନକାରୀଙ୍କୁ ଛଡ଼ାଯିବ ନାହିଁ: ମାନେକା ଗାନ୍ଧୀ

ଆଇନ ଉଲ୍ଲଂଘନକାରୀଙ୍କୁ ଛଡ଼ାଯିବ ନାହିଁ: ମାନେକା ଗାନ୍ଧୀ
ନୂଆଦିଲ୍ଲୀ: ହାଇଦ୍ରାବାଦ ଡାକ୍ତରାଣୀ ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଛି ପୁଲିସ । ନଭେମ୍ବର ୨୭ ତାରିଖ ରାତିରେ ଏନଏଚ-୪୪ରେ ଯେଉଁ ସ୍ଥାନରେ ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ହେଲା ସେହି ସ୍ଥାନରେ ହିଁ ତେଲେଙ୍ଗାନା ପୁଲିସ ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଛି । ତେବେ ଏନକାଉଣ୍ଟରକୁ ସାଧାରଣ ଜନତାଙ୍କ ସହ ବହୁ ବ୍ୟକ୍ତି ବିଶେଷ ପ୍ରଶଂସା କରିଥିବାବେଳେ କିଛି ବିରୋଧ କରୁଛନ୍ତି । ପ୍ରଶଂସା କରୁଥିବା ଲୋକେ ଏନକାଉଣ୍ଟର ସ୍ଥଳରେ ପୁଲିସ ଉପରେ ପୁଷ୍ପବୃଷ୍ଟି କରିଛନ୍ତି । ତେବେ ଏହାକୁ ବିରୋଧ କରି ବିରୋଧୀ ଲୋକସଭାରେ ହଙ୍ଗମା କରିଛନ୍ତି । ଏହାକୁ ଏକ ମିଥ୍ୟା ଏନକାଉଣ୍ଟର ବୋଲି କହି ହୋହାଲ୍ଲା କରିଛନ୍ତି । ଏହି ପରିପ୍ରେକ୍ଷୀରେ ପରିବେଶବିତ ତଥା ବିଜେପି ସାଂସଦ ମାନେକା ଗାନ୍ଧୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯାହା ହେଲା ତାହା ଦେଶ ପାଇଁ ଏକ ବଡ଼ ଭୟାନକ ଘଟଣା । ପୁଲିସ ଆଇନକୁ ହାତକୁ ନେଇଛି । ଯାହା ଠିକ ହୋଇନାହିଁ । ଆମ ଦେଶରେ ଆଇନ ବ୍ୟବସ୍ଥା ରହିଛି । ଆଇନ ତା’ ବାଟରେ ଯାଇଥାନ୍ତା । ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଦେଶରେ ଆଇନ ଅଦାଲତ ରହିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା । ଯେଉଁ ଆଇନ ଉଲ୍ଲଂଘନ କରିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ, କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।