ଅଷ୍ଟ୍ରେଲିଆ ନାଗରିକଙ୍କୁ ଅଟକାଇଲା ତାଲିବାନ

ଅଷ୍ଟ୍ରେଲିଆ ନାଗରିକଙ୍କୁ ଅଟକାଇଲା ତାଲିବାନ

ଅଷ୍ଟ୍ରେଲିଆ ନାଗରିକଙ୍କୁ ଅଟକାଇଲା ତାଲିବାନ

କାବୁଲ : ବିଭିନ୍ନ ରାଷ୍ଟ୍ର ଆଫଗାନିସ୍ତାନରୁ ନିଜର ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଜାରି ରଖିଛନ୍ତି । ଅଷ୍ଟ୍ରେଲିଆର କିଛି ନାଗରିକ ଆଫଗାନିସ୍ତାନ ଛାଡ଼ିବାକୁ କାବୁଲ ବିମାନ ବନ୍ଦର ଅଭିମୁଖେ ଯାଉଥିବାବେଳେ ତାଙ୍କୁ ତାଲିବାନ ଅଟକାଇଛି । ସେମାନଙ୍କୁ ବିମାନବନ୍ଦରରେ ପହଞ୍ଚିବାକୁ ଦେଇନାହାନ୍ତି ଆତଙ୍କବାଦୀ । ଗୁରୁବାର ମଧ୍ୟାହ୍ନରେ ଅଷ୍ଟ୍ରେଲିଆ ସରକାର ଆଫଗାନିସ୍ତାନରେ ଥିବା ନାଗରିକଙ୍କ ପାଇଁ ଏକ ବାର୍ତ୍ତା ଜାରି କରିଥିଲେ । ଦେଶ ଛାଡ଼ିବାପାଇଁ କାବୁଲ ବିମାନ ବନ୍ଦରରେ ପହଞ୍ଚିବାପାଇଁ ସେମାନଙ୍କୁ କୁହାଯାଇଥିଲା । ବିମାନଠାରୁ ମାତ୍ର କିଛି ମିଟର ଦୂରରେ ଥିଲେ ମଧ୍ୟ ଲୋକଙ୍କୁ ବନ୍ଧୁକ ମୁନରେ ଅଟକାଇ ଦିଆଯାଇଥିଲା ।