ଅଳ୍ପକେ ବର୍ତ୍ତିଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଅଳ୍ପକେ ବର୍ତ୍ତିଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଅଳ୍ପକେ ବର୍ତ୍ତିଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଣାର୍କରେ ଆୟୋଜିତ ଯୋଗ ଉତ୍ସବରେ ଯୋଗ ଦେଇଥିଲେ  । ତେବେ ଯୋଗ ଉତ୍ସବ ଅବସରରେ ମନ୍ତ୍ରୀ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି  । ମନ୍ତ୍ରୀ ଫେରିବା ସମୟରେ ତାଙ୍କ ଗାଡ଼ି ଉପରେ ଯୋଗ ଉତ୍ସବ ପାଇଁ ଲାଗିଥିବା ତୋରଣଟି ଖସି ପଡ଼ିଥିଲା  । ତୋରଣ ଖସି ପଡ଼ିବାରୁ ମନ୍ତ୍ରୀଙ୍କ ଗାଡ଼ିର ଆଗପଟ ଚେପା ହୋଇଯାଇଛି  ।  କିନ୍ତୁ ସୌଭାଗ୍ୟବଶତଃ ସେହି ସମୟରେ ମନ୍ତ୍ରୀ ଗାଡ଼ିରେ ନଥିଲେ  । ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଜୋରଦାର ଚର୍ଚ୍ଚା ହେଉଛି  । ଉତ୍ସବର କିଛି ଘଂଟା ମଧ୍ୟରେ ତୋରଣ ଖସିପଡ଼ିଥିବାରୁ ନିମ୍ନମାନର କାର୍ଯ୍ୟ ହୋଇଥିବା ସ୍ପଷ୍ଟ ହୋଇଯାଇଛି  । ଫଳରେ ସେଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା  । ଗାଡ଼ି ଚେପା ହୋଇ ଯାଇଥିବାରୁ ମନ୍ତ୍ରୀ ଆଉ ଏକ ଗାଡ଼ିରେ ଆସିବେ ବୋଲି ଜାଣିବାକୁ ମିଳିଛି  ।