ଅର୍ଣ୍ଣବ ଗୋସ୍ୱାମୀଙ୍କୁ କଣ କହିଲେ ସୋନିଆ ଗାନ୍ଧୀ

ଅର୍ଣ୍ଣବ ଗୋସ୍ୱାମୀଙ୍କୁ କଣ କହିଲେ ସୋନିଆ ଗାନ୍ଧୀ

ଅର୍ଣ୍ଣବ ଗୋସ୍ୱାମୀଙ୍କୁ କଣ କହିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ : ଅନ୍ୟକୁ ଦେଶଭକ୍ତି ଓ ରାଷ୍ଟ୍ରବାଦର ସାର୍ଟିଫିକେଟ ବାଂଟୁଥିବା ଅର୍ଣ୍ଣବ ଗୋସ୍ୱାମୀଙ୍କର ପର୍ଦ୍ଧାଫାଶ ହୋଇଯାଇଛି । ତାଙ୍କ ହ୍ୱାଟସଆପ ଚାଟ ଲିକ ହୋଇଛି । ରାଷ୍ଟ୍ରୀୟ ସୁରକ୍ଷା ସହ କିଭଳି ବୁଝାମଣା ହୋଇଛି ତାହା ସେଥିରୁ ପ୍ରମାଣିତ ହୋଇଛି । ଏଆଇସିସି ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧୀ ଏମିତି ଭାବେ ଅର୍ଣ୍ଣବ ଓ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ଏଆଇସିସି ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ବସିଛି । ବୈଠକରେ ପରବର୍ତୀ ସଭାପତି ପଦକୁ ନେଇ ଦୁଇ ବରିଷ୍ଠ ନେତା ମୁହାଁମୁହିଁ ହୋଇଥିବାବେଳେ ଅର୍ଣ୍ଣବ ଗୋସ୍ୱାମୀଙ୍କ ହ୍ୱାଟସଆପ ଚାଟ ଲିକକୁ ନେଇ ମଧ୍ୟ ସୋନିଆ ଖପ୍ପା ହୋଇଥିବା ଜାଣିବାକୁ ମିଳିଛି । ସେହିପରି ଚାଷୀ ଆନେ୍ଦାଳନ ସଂକ୍ରାନ୍ତରେ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ସୋନିଆଙ୍କ ସାମ୍ନାରେ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଓ ଅଶୋକ ଗେହଲଟ ମୁହାଁମୁହିଁ ହୋଇଥିଲେ । ଗତ କିଛି ମାସ ଧରି କଂଗ୍ରେସ ସଭାପତି ପଦକୁ ନେଇ ଭିଡ଼ାଓଟରା ଜାରିରହିଛି । କେତେକ ସୋନିଆ ଦାୟିତ୍ୱରେ ରୁହନ୍ତୁ ବୋଲି ଚାହୁଁଥିବାବେଳେ ଅନ୍ୟ କେତେକ ରାହୁଲଙ୍କୁ ସଭାପତି କରାଯାଉ ବୋଲି ଦାବି କରୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ରାହୁଲ ନିଜେ ଏଆଇସିସି ସଭାପତି ହେବାକୁ ଚାହୁଁନଥିବାରୁ ଏଇ ପ୍ରସଙ୍ଗରେ ଯବନିକା ପଡ଼ୁନାହିଁ । ଗାନ୍ଧୀ ପରିବାର ବାହାରୁ ଅନ୍ୟ ନେତାଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ଅଙ୍କ କଷା ହୋଇଥିଲା । ତେବେ ଦଳ ଚୂଡ଼ାନ୍ତ ନିଷ୍କର୍ସରେ ପହଁଚି ନପାରିବାରୁ ସୋନିଆଙ୍କୁ ବାଧ୍ୟ କରି ଦାୟିତ୍ୱ ଦିଆଯାଇଥିଲା । ସୋନିଆ ମଧ୍ୟ ତୁରନ୍ତ ନୂଆ ସଭାପତି ଚୟନ କରିବାକୁ କହିଥିଲେ । ତେବେ କରୋନା ପାଇଁ ରାଜନୈତିକ କାର୍ଯ୍ୟକ୍ରମ ଠପ ହୋଇପଡ଼ିଥିଲା । ଏହି ସିଡବ୍ଲୁ୍ୟସି ବୈଠକରେ ସଭାପତି ପଦକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଅଶୋକ ଗେହଲଟ ସିଧାସଳଖ ଆନନ୍ଦ ଶର୍ମାଙ୍କୁ ଟାର୍ଗେଟ କରିଥିଲେ ।