ଅଭ୍ୟାସ ମ୍ୟାଚ୍ରେ ଚିନ୍ତା ବଢ଼ାଇଲେ ଭାରତୀୟ ବୋଲର
ଅଭ୍ୟାସ ମ୍ୟାଚ୍ରେ ଚିନ୍ତା ବଢ଼ାଇଲେ ଭାରତୀୟ ବୋଲର
ଦୁବାଇ: ଟି-୨୦ ବିଶ୍ୱକପର ଅଭ୍ୟାସ୍ ମ୍ୟାଚ୍ରେ ଇଂଲଣ୍ଡକୁ ୭ ୱିକେଟ୍ରେ ହରାଇ ଦେଇଛି ଭାରତ। ଫଳରେ ଏକ ଦମ୍ଦାର ବିଜୟ ସହିତ ଭାରତ ତାର ଅଭିଯାନ ଆରମ୍ଭ କରିଛି। ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି ନୂଆ ଓପନିଂ ଯୋଡ଼ି କେ ଏଲ୍ ରହୁଲ ସ ଈଶାନ କିଶନ।
ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ ହରାଇ ୧୮୮ ରନ୍ କରିଥିଲା। ଏହାର ଜବାବରେ କେଏଲ ରାହୁଲଙ୍କ ୨୪ ବଲରେ ୫୧ ଓ ଈଶାନଙ୍କ ଅପରାଜିତ ୭୦ ରନ୍ ବଳରେ ଟିମ ଇଣ୍ଡିଆ ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଜିତିବା ପାଇଁ ୧ ରନ୍ ଦରକାର ଥିବା ବେଳେ ଋଷଭ ପନ୍ତ ଚୌକା ମାରି ଭାରତକୁ ବିଜୟୀ କରାଇଛନ୍ତି।
ଭାରତ ଏହି ଅଭ୍ୟାସ ମ୍ୟାଚ୍ ଜିତିଥିଲେ ମଧ୍ୟ ବୋଲରଙ୍କ ପ୍ରଦର୍ଶନ ଦଳର ଚିନ୍ତା ବଢ଼ାଇଛି। ଟି-୨୦ ବିଶ୍ୱକପରେ ଭାରତର ତା’ର ସୁପର ୧୨ ଅଭିଯାନ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରୁ ଆରମ୍ଭ କରିବ। ପାକିସ୍ତାନ ଗତକାଲି ଅଭ୍ୟାସ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ହରାଇଛି। ତେଣୁ ଇଂଲଣ୍ଡ ବିପକ୍ଷରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ପୂରା ଟିମ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଛି।
ଅଭ୍ୟାସ ମ୍ୟାଚ୍ରେ ଅଧିନାୟକ ବିରାଟ କୋହଲି ୫ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ। ଏହି ୫ ବୋଲର ୨୦ ଓଭର୍ରେ ୧୮୮ ରନ ବ୍ୟୟ କରିଛନ୍ତି। ସୁବଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ଭୁବନେଶ୍ୱର କୁମାର। ସେ ଓଭର ପିଛା ୧୩.୫୦ ହାର୍ରେ ରନ ବ୍ୟୟ କରିଛନ୍ତି। ଭୁବି ୪ ଓଭର୍ରେ ୫୪ ରନ ଦେଇଥିବା ବେଳେ କୌଣସି ୱିକେଟ ପାଇ ନାହାନ୍ତି। ମହମ୍ମଦ ଶାମି ୨ଟି ୱିକେଟ ନେଇଥିଲେ ମଧ୍ୟ ୪ ଓଭର୍ରେ ୪୦ ରନ୍ ଓ ସ୍ପିନର ରାହୁଲ ଚହର ଗୋଟିଏ ସଫଳତା ସହ ୪୩ ରନ ବ୍ୟୟ କରିଛନ୍ତି। ତେବେ ଯଶପ୍ରୀତ ବୁମ୍ରା ଓ ରବି ଅଶ୍ୱିନ ବେଶ ମାପଚୁପ ବୋଲି କରିଛନ୍ତି।
ବୁମ୍ରା ୪ ଓଭର୍ରେ ଗୋଟିଏ ୱିକେଟ ସହ ୨୬ ରନ୍ ଦେଇଥିବା ବେଳେ ଅଶ୍ୱିନ ବିନା ୱିକେଟରେ ୨୩ ରନ୍ ବ୍ୟୟ କରିଛନ୍ତି। ବୋଲରଙ୍କ ଦୁର୍ବଳତା ଅଭ୍ୟାସ ମ୍ୟାଚ୍ରେ ପଦାରେ ପଡ଼ିବା ପରେ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିଥିଲା




admin 