ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହ ମୁଲତବୀ

ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହ ମୁଲତବୀ

ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର : ବିଧାନସଭାରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ଝଡ଼ । ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କଂଗ୍ରେସ ସାଂସଦଙ୍କ ମନ୍ତବ୍ୟକୁ ନେଇ ବିଜେପି ବିଧାୟକମାନେ ଜୋରଦାର ହଙ୍ଗାମା କରିଛନ୍ତି । ଆଜି ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି। କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀବୋଲି କହିଥିବାରୁ ଆଜି ବିଜେପି ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ଗୃହରେ ହଙ୍ଗାମା କରିଥିଲେ।

ଗୃହର ମଧ୍ୟ ଭାଗରେ ପ୍ଲା-କାର୍ଡ ଧରି ବିରୋଧୀ ବିଜେପି ସଦସ୍ୟ ପ୍ରତିବାଦ କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଛନ୍ତି ।

ଫଳରେ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି ।