ଅପରାଜିତାଙ୍କ ଷଡଙ୍ଗୀଙ୍କ ପିଏ ଗିରଫ

ଅପରାଜିତାଙ୍କ ଷଡଙ୍ଗୀଙ୍କ ପିଏ ଗିରଫ

ଅପରାଜିତାଙ୍କ ଷଡଙ୍ଗୀଙ୍କ ପିଏ ଗିରଫ
ଭୁବନେଶ୍ୱର:ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଗିରଫ ହୋଇଛନ୍ତି । ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ ଗିରଫ ହୋଇଛନ୍ତି । ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ଗିରଫ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ସାଂସଦ ଅପରାଜିତା ଷଡଙ୍ଗୀ ନିଖୋଜ ପୋଷ୍ଟର ମରାଯାଇଛି । ଏହି ପୋଷ୍ଟର ମାରିବା ନେଇ ଗଣ୍ଡଗୋଳ ଆରମ୍ଭ ହୋଇଛି । ପୋଷ୍ଟର ମାରିବା ବେଳେ ସାଂସଦଙ୍କ କିଛି ଲୋକ ଦେଖିଥିଲେ । ଏହାପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।