ଅନୁଭବଙ୍କୁ ଅକ୍ଷରାଙ୍କ ଜବାବ

ଅନୁଭବଙ୍କୁ ଅକ୍ଷରାଙ୍କ ଜବାବ

ଅନୁଭବଙ୍କୁ ଅକ୍ଷରାଙ୍କ ଜବାବ
ବଲିଉଡରେ ଡ୍ରଗ୍ସ କାରବାର ଚାଲିଛି ବୋଲି ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଷାନ ବୟାନ ଦେବା ପରେ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସପା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କର ସମାଲୋଚନା କରିଥିବା ବେଳେ ବିଶିଷ୍ଟ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ମଧ୍ୟ ତାଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ଏପରିକି ଭୋଜପୁରୀ ଫିଲ୍ମ ପ୍ରତି ସେ କଟୁ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । କହିଛନ୍ତି ଭୋଜପୁରୀ ଫିଲ୍ମରେ କେବଳ ନଗ୍ନ ନୃତ୍ୟ ଦେଖିବାକୁ ମିଳେ । ହେଲେ ଅନୁଭବଙ୍କ ଏଭଳି ଆକ୍ଷେପକୁ ସହଜରେ ହଜମ କରିପାରିନାହାନ୍ତି ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ । ସୋସିଆଲ ମିଡିଆରେ ସେ ସିଧାସଳଖ ଅନୁଭବଙ୍କୁ ଟାର୍ଗେଟ କରିଛନ୍ତି । ଅକ୍ଷରା ଲେଖିଛନ୍ତି ଭୋଜପୁରୀ ଫିଲ୍ମ ଅପେକ୍ଷା ବଲିଉଡର ଅଧିକ ନଗ୍ନ ନୃତ୍ୟ ଦେଖାଯାଉଛି । ‘ଥାପ୍ପଡ’କୁ ନେଇ ଲୋକେ ଆପଣଙ୍କୁ ଭଲ ଭାବେ ଜାଣନ୍ତି । ଆପଣ ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଆପଣ ଏଭଳି ଶବ୍ଦ କିଭଳି କହିପାରୁଛନ୍ତି । ମୁଁ ଶୁଣୁଛି ଆପଣ ବନାରସରୁ ଆସିଛନ୍ତି । ଆପଣ ନିଜର ମାତୃଭାଷାକୁ ହିଁ ଗାଳି ଦେଉଛନ୍ତି ।