ଅନୁଭବଙ୍କ ଘରେ ପୋଲିସ
ଅନୁଭବଙ୍କ ଘରେ ପୋଲିସ
admin
Sep 7, 2020 - 11:19
Updated: Sep 7, 2020 - 11:19
କଟକ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ । କଟକର ନନ୍ଦିସାହିରେ ରହିଥିବା ଅନୁଭବଙ୍କ ବାସଭବନରେ ପୁରୀଘାଟ ପୋଲିସ୍ ପହଞ୍ଚିଛି । ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସୁରକ୍ଷା ପାଇଁ ଆବେଦନ କରିଥିବାରୁ ପୋଲିସ ଅନୁଭବଙ୍କ ଘରେ ପହଞ୍ଚିଛି । ଉଭୟଙ୍କ ପକ୍ଷରୁ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ମାମଲା ରୁଜୁ କରାଯାଇଥିବା ବେଳେ ଆଜି ବର୍ଷା ସୁରକ୍ଷା ପାଇଁ ଆବେଦନ କରିଛନ୍ତି । ବର୍ଷାଙ୍କ ଆବେଦନର ଶୁଣାଣି ଆସନ୍ତା ଅକ୍ଟୋବର ୧୨ ତାରିଖରେ ହେବ ବୋଲି ଜଣାପଡିଛି ।
୮ ପୃଷ୍ଠାର ପିଟିସନରେ ଅନୁଭବଙ୍କ ବିରୋଧରେ ବର୍ଷା ବହୁ ସଂଗୀନ ଅଭିଯୋଗ ଆଣିଛନ୍ତି । ୨୦୧୪ ଫେବୃଆରୀ ୮ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା । ବାହାଘର ପାଇଁ ବର୍ଷାଙ୍କ ପରିବାର ଲୋକେ ପ୍ରଥମେ ରାଜିନଥିଲେ । ହେଲେ ତାଙ୍କୁ ବାହାନହେଲେ ସେ ଆତ୍ମହତ୍ୟା କରିଦେବେ ବୋଲି ଅନୁଭବ କହିଥିଲେ । ହାତ ଓ ଛାତିକୁ ଛୁରୀରେ ବି କାଟି ପକାଉଥିଲେ । ଅନୁଭବଙ୍କ ଏଭଳି ହରକତ ଦେଖି ବର୍ଷାଙ୍କ ମା’ ବିବାହ ପାଇଁ ରାଜି ହୋଇଥିଲେ । ସେମାନଙ୍କର ଆରେଂଜ ମ୍ୟାରେଜ ହୋଇଥିଲା । ବାହାଘର ବେଳେ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା । ବାହାଘର ପରେ ଏକାଠି ମିଶି ସେମାନେ ବହୁ ସିନେମା କରିଛନ୍ତି । କିନ୍ତୁ ପାରିଶ୍ରମିକ ବାବଦରେ ତାଙ୍କୁ ଟଙ୍କାଟିଏ ମିଳିନଥିଲା । ବର୍ଷାଙ୍କୁ ଟଙ୍କାଟିଏ ପାରିଶ୍ରମିକ ନଦେଇ ଅନୁଭବ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଏହାପରେ ଅନୁଭବଙ୍କର ସିନେ ଜଗତର ଅନ୍ୟ ନାରୀଙ୍କ ସହ ସମ୍ପର୍କ ବଢ଼ିଥିଲା । ଅନୁଭବଙ୍କ ପରିବାର ଲୋକେ ବି ଏନେଇ ତାଗିଦ ନକରି ସମର୍ଥନ କରୁଥିଲେ । ସେହିପରି ଅନୁଭବ ନିୟମିତ ମଦ ପିଇ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦିଅନ୍ତି ବୋଲି ବର୍ଷା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ।