ଅତାବିରା ରୁ ଆରମ୍ଭ ହେଲା ଯୋଡୋ ପଦଯାତ୍ରା।

ଅତାବିରା ରୁ ଆରମ୍ଭ ହେଲା ଯୋଡୋ ପଦଯାତ୍ରା।

ଅତାବିରା ରୁ ଆରମ୍ଭ ହେଲା  ଯୋଡୋ ପଦଯାତ୍ରା।

ଅତାବିରା / ବରଗଡ : ଆଜି ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା ର ଅସ୍ଥାୟୀ କ୍ୟାମ୍ପ ରୁ ସକାଳ ୧୦ ଘଣ୍ଟା ସମୟରେ ପଦଯାତ୍ରା ଆରମ୍ଭ ହୋଇଥିଲା। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଙ୍କ ନେତୃତ୍ବ ରେ ଅନୁଷ୍ଠିତ ଏହି ପଦଯାତ୍ରା ରେ ସହସ୍ରାଧିକ ଲୋକ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ। ଏହି ପଦଯାତ୍ରୀ ଦଳ ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଥିଲା। ଦୂଳଦୁଲି ବାଜା ର ତାଳେ ତାଳେ ପଦଯାତ୍ରୀ ମାନେ ଆଗକୁ ବଢୁଥିବା ବେଳେ ରାସ୍ତାରେ କୋଶଳ ଆନ୍ଧ୍ର କଲ୍ୟାଣ ମଣ୍ଡପ ପାଖରେ କୋଶଳ ଆନ୍ଧ୍ର କଲ୍ଚରାଲ ଏସୋସିଏସନ୍ ର କର୍ମକର୍ତ୍ତା ଶ୍ରୀ ପଟ୍ଟନାୟକ ଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ଅତାବିରା ଥାନା ପାଖରେ ଅତାବିରା ଗ୍ରାମ୍ୟ କମିଟି , ମହିଳା ସମିତି, ଅତାବିରା ମୁସଲିମ ସମାଜ,ବରିଷ୍ଠ ନାଗରିକ ସଂଘ, ବଜରଙ୍ଗ ଦଳ , ଭିନ୍ନକ୍ଷମ ସଂଘ,ଓକିଲ ସଂଘ, ଲାଦର ପାଲି ଛକ ରେ ଏଫ୍ ସି ଆଇ ଶ୍ରମିକ ସଂଘ, ରେଙ୍ଗାଲି କେମ୍ପ ଛକ ରେ ମହିଳା ସମିତି,ପୁର୍ବତନ ସୈନିକ ମାନେ ଶ୍ରୀ ପଟ୍ଟନାୟକ ଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ।ଆଜିର ଏହି ପଦଯାତ୍ରା ରେଙ୍ଗାଲି କେମ୍ପ୍ ଛକ ରେ ପହଞ୍ଚି ମଧ୍ୟାହ୍ନ ଭୋଜନ ପରେ ବରଗଡ ଅଭିମୁଖେ ବାହାରିଥିଲା। ପଦଯାତ୍ରା ସମୟର ଶ୍ରୀ ପଟ୍ଟନାୟକ ରାସ୍ତା ରେ ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ ଓ ଡ. ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି ପଦଯାତ୍ରା ସମୟରେ ଶ୍ରୀ ପଟ୍ଟନାୟକ ଙ୍କ ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା କଂଗ୍ରେସ ସଭାପତି ବରଗଡ଼,ମାନସ ଚୌଧୁରୀ, ଜିଲ୍ଲା କଂଗ୍ରେସ ସଭାପତି କଟକ,ବାଙ୍କନିଧି ବେହେରା, ଅଧ୍ୟକ୍ଷ ପିସିସି ଅନୁସୂଚିତ ଜାତି ମୂଖ୍ୟ, ପ୍ରଦୀପ ଦେବତା, ଯୁଗଳ ସିଂ, ସରୋଜ ଷଡ଼ଙ୍ଗୀ, ରବି ପଣ୍ଡା, ସୁଶିଲ ଭୋଇ, କେ ପି ଶ୍ରୀନିବାସ, ଉନ୍ନି ନାୟାର, ଭୂପେନ୍ଦ୍ର ପଟେଲ, ଜ୍ଞାନ ପଟ୍ଟନାୟକ, ଓଡ଼ିଶା ସେବଦଳ ଇନ୍ ଚାର୍ଜ ପୂର୍ବ ବିଧାୟକ ଚେନ ସିଂ ସମେଲ, ନରୋତ୍ତମ ନାୟକ, ସଞ୍ଜୟ ତ୍ରିପାଠୀ, ମୂଜାଫର ହୁସେନ, ଦୀପକ ରାୟ, ଜିତୁ ଭୋଇ, ଅବିନାଶ ପଧାନ, ଅଭିଷେକ ନାୟକ, ବିକାଶ ବହିଦାର, କୈଳାଶ ସାହୁ, ସୁବାଷ ପ୍ରଧାନ, ପ୍ରଦୀପ ମହାପାତ୍ର,ଭୋକଲ ସେଠୀ ପ୍ରମୁଖ ସାମିଲ ଥିଲେ ପ୍ରକାଶ ଥାଉକି ଗତ ୧୯ ତାରିଖ ଅପରାହ୍ନରେ ଅତାବିରା ଠାରେ ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା ଦଳ ପହଞ୍ଚି ଅସ୍ଥାୟୀ କ୍ୟାମ୍ପ ରେ ଅବସ୍ଥାନ କରିଥିଲେ।