ଅଣ୍ଡା କୋର୍ମା

ଅଣ୍ଡା କୋର୍ମା

ଅଣ୍ଡା କୋର୍ମା
ଆବଶ୍ୟକ ସାମଗ୍ରୀ: -୪ଟା ଅଣ୍ଡା -୨ଟା ପିଆଜ -ଦେଢ଼ ସେମି ଅଦା -୪ଟା ଶୁଖିଲା ଲଙ୍କା -ଅଧ ଚାମଚ ଧନିଆ -୧ଟା ଲବଙ୍ଗ -୨ଟା ଗୁଜୁରାତି -ଦେଢ଼ ସେମି ଡାଲଚିନି -ଅଧକପ ତେଲ -୧ଟା ଟମାଟୋ -ଆବଶ୍ୟକ ଅନୁସାରେ ଲୁଣ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଚୋପା ଛଡାଇ ମଝିରୁ ଚିରି ଦୁଇ ଖଣ୍ଡ କରି ରଖନ୍ତୁ । ତାପରେ ୧ଟା ପିଆଜ ଛୋଟ ଛୋଟ କରି କାଟି ରଖନ୍ତୁ । ଅନ୍ୟ ସବୁ ମସଲା ଆଉ ଗୋଟିଏ ପିଆଜକୁ ଭଲ ଭାବେ ବାଟି ନିଅନ୍ତୁ । ଟମାଟୋକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । କଡାଇରେ ତେଲ ଗରମ କରି ପିଆଜ ଭାଜନ୍ତୁ । ପିଆଜ ଲାଲ ହୋଇଗଲେ ବଟା ମସଲା ପକାଇ ଦିଅନ୍ତୁ । ବଟା ମସଲା ଭଲ ଭାବରେ ଭାଜି ହୋଇଗଲେ ଟମାଟୋ ପକାଅ । ଟମାଟୋ ମସଲା ସବୁ ମିଳାଇ ଗଲେ ଓ ତେଲ ମସଲା ଉପରକୁ ଉଠି ଆସିଲେ ଅଣ୍ଡା ଖଣ୍ଡ ଗୁଡିକୁ ପକାଇ ଟିକେ ଗୋଳାଇ ଦେଇ ଓହ୍ଲାଇ ଦିଅନ୍ତୁ ।