ଅଙ୍ଗନବାଡି ଖୋଲିବା ନେଇ କଣ ଏସଓପି

ଅଙ୍ଗନବାଡି ଖୋଲିବା ନେଇ କଣ ଏସଓପି

ଅଙ୍ଗନବାଡି ଖୋଲିବା ନେଇ କଣ ଏସଓପି

ଭୁବନେଶ୍ୱର : ଆସନ୍ତା ୨୮ରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ  । ଛୋଟ ପିଲାମାନେ ଏଣିକି ଅଙ୍ଗନବାଡ଼ି ଯାଇ ପାଠ ପଢ଼ିପାରିବେ  । ଏସଂକ୍ରାନ୍ତରେ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । ଏଥିପାଇଁ ଜାରି ହୋଇଥିବା ନୂତନ ଏସଓପି ଅନୁଯାୟୀ, ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟକମାନେ ଟିକା ନେବା ବାଧ୍ୟତାମୂଳକ  । ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇନଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି  ।

ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପୂର୍ବରୁ ସମସ୍ତ ଅଙ୍ଗନବାଡ଼ି କର୍ମୀ କୋଭିଡ଼ ଟିକାନେବା ବାଧ୍ୟତାମୂଳକ କରାଯାଇଛି  । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ନୂଆ ଏସଓପି ଜାରି କରାଯାଇଛି  । ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ  । ଯଦି କିଛି ସମସ୍ୟା ସୃଷ୍ଟି ହୁଏ, ତେବେ ସ୍ଥାନୀୟ ପ୍ରଶାସନ ଏସଂକ୍ରାନ୍ତରେ ନିଷ୍ପତି ଗ୍ରହଣ କରିବେ  । ଯଦି କୌଣସି ଅଙ୍ଗନବାଡ଼ି କର୍ମୀ ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇନଥିବେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।
ସୂଚନାଯୋଗ୍ୟଯେ, ଏବେ ସ୍କୁଲ, କଲେଜ ଖୋଲିଗଲାଣି  । ପ୍ରଥମରୁ ପଂଚମ ଶ୍ରେଣୀ ପିଲାମାନେ ମଧ୍ୟ ସ୍କୁଲ ଗଲେଣି  । କରୋନା ସ୍ଥିତିରେ ବହୁ ସୁଧାର ଆସିଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି  ।