ଅଗ୍ରୀମ ଭାବରେ ମିଳିବ ୪ ମାସର ଭତ୍ତା

ଅଗ୍ରୀମ ଭାବରେ ମିଳିବ ୪ ମାସର ଭତ୍ତା

ଅଗ୍ରୀମ ଭାବରେ ମିଳିବ ୪ ମାସର ଭତ୍ତା
ଭୁବନେଶ୍ୱର : ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କୁ ୪ ମାସର ଅଗ୍ରୀମ ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଭତ୍ତା ଟଙ୍କା ଅଗ୍ରୀମ ପ୍ରଦାନ କରାଯିବ । ସେପ୍ଟେମ୍ବରରେ ଏକକାଳୀନ ୪ ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।