ଅକ୍ଟୋବର ୧୬ରେ ଓସିଏସ୍ ପ୍ରିଲିମ୍ ପରୀକ୍ଷା
ଅକ୍ଟୋବର ୧୬ରେ ଓସିଏସ୍ ପ୍ରିଲିମ୍ ପରୀକ୍ଷା
କଟକ: ଆସନ୍ତା ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ସିଭିଲ୍ ସର୍ଭିସ(ଓସିଏସ୍ ବା ଓଏଏସ୍)-୨୦୨୧ର ପ୍ରାଥମିକ (ପ୍ରିଲିମିନାରୀ) ପରୀକ୍ଷା ଅନୁଷ୍ଠିତ ହେବ । ଗୁରୁବାର ଏହି ମର୍ମରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଅକ୍ଟୋବର ୧୬ତାରିଖରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପରୀକ୍ଷାର ବିସ୍ତୃତ କାର୍ୟ୍ୟସୂଚୀ ପରେ ଘୋଷଣା ହେବ ଓ ଆୟୋଗଙ୍କ ୱେବସାଇଟରେ ଏସବୁ ତଥ୍ୟ ଉପଲବ୍ଧ ହେବ । ତେବେ ଓଏଏସ୍ ପରୀକ୍ଷା-୨୦୨୦ର ଫଳ ପ୍ରକାଶିତ ହେବା ପରେ ହିଁ ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା-୨୦୨୧ ହେବ ।
ବର୍ତ୍ତମାନ ସୁଦ୍ଧା ପରୀକ୍ଷା ସଂକ୍ରାନ୍ତରେ ସବିଶେଷ ବିବରଣୀ ଚୂଡାନ୍ତ କରାଯାଇ ନାହିଁ । ଖୁବ୍ଶୀଘ୍ର ଏହି ପରୀକ୍ଷାର ସବିଶେଷ ବିବରଣୀ ପ୍ରକାଶ ପାଇବ ବୋଲି ଓପିଏସ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।




admin 