ଟ୍ରେନ୍‌ ଦୁର୍ଘଟଣା : ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଟ୍ରେନ୍‌ ଦୁର୍ଘଟଣା : ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାହାନଗା ଟ୍ରେନ୍‌ ଟ୍ରାଜେଡି ଘଟଣା । ଆଜି ଘଟଣାସ୍ଥଳରୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହିତ ଆହତଙ୍କ ପରିଜନଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି । ଏବେ ଯାଏଁ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ରୁ ଅଧିକ ରହିଛି । ଲଗାତର ଭାବେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଶୁକ୍ରବାର ଦିନ ଏହି ବଡ଼ଧରଣର ଦୁର୍ଘଟଣାରେ  ଉଦ୍ଧାର କାର୍ୟ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।

ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ୟ୍ୟାଳୟରେ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍‌ରେ ଶୁକ୍ରବାର ଦିନ ସଂଧ୍ୟା ସମୟରେ ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଉଦ୍ଧାର କାର୍ୟ୍ୟ ଏବଂ ଆହତଙ୍କୁ କିପରି ତୁରନ୍ତ ଚିକିତ୍ସା କରାଯିବ । ସେ ଦିଗରେ ଆଲୋଚନା ହୋଇଥିଲା । ତେବେ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ଥିତିର ବାବଦରେ ପଚାରି ବୁଝିଛି । ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଆସନ୍ତାକାଲି ସକାଳେ ମୁଁ ସେଠାରେ ପହଞ୍ଚିବି । ସେଠାରେ ପୂରା ଘଟଣାର ନୀରିକ୍ଷଣ କରାଯିବ । ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରାଥମିକତା ରହିଛି’ ।