ଓଇଆରସି ଅଧ୍ୟକ୍ଷ ହେବେ ସୁରେଶ ମହାପାତ୍ର
ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ ନିୟାମକ ପ୍ରାଧୀକରଣ ( ଓଇଆରସି) ଅଧ୍ୟକ୍ଷ ହେବେ ସୁରେଶ ଚନ୍ଦ୍ର ମହାପାତ୍ର। ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ପରେ ସୁରେଶ ମହାପାତ୍ର ଏହି ଦାୟିତ୍ବ ଗ୍ରହଣ କରିବେ। ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁରେଶ ମହାପାତ୍ର ୨୦୨୧ ମସିହା ଜାନୁୟାରୀ ୧ ତାରିଖରେ ଓଡିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗହଣ କରିଥିଲେ। ସେ ଫେବୃୟାରୀ ୨୮ ତାରିଖରେ ଅବସର ଗ୍ରହଣ କରିବେ। ମାର୍ଚ୍ଚ ୧ ତାରିଖରେ ସେ ଓଇଆରସି ଅଧ୍ୟକ୍ଷ ଦାୟିତ୍ବ ଗହଣ କରିବେ।
ସୂଚନାଯୋଗ୍ୟ ଯେ ସୁରେଶଙ୍କ ଅବସର ପରେ ପ୍ରଦୀପ ଜେନାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ମାର୍ଚ୍ଚ ୧ ତାରିଖରୁ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେବେ। ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଦୀପ ମୁଖ୍ୟ ଶାସନ ସଚିବ ହେବା ପରେ ଅନୁ ଗର୍ଗଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଅନୁ ଗର୍ଗ ଜଳସମ୍ପଦ ସଚିବ ସହ ଉନ୍ନୟନ କମିଶନର ଦାୟିତ୍ବରେ ରହିବେ।




admin 