ଋୁଣ ଭାର ସହି ନପାରି କଳା ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା

ମୁମ୍ବାଇ : ବଲିଉଡ୍ର ଲୋକପ୍ରିୟ କଳା ନିର୍ଦ୍ଦେଶକ ନୀତିନ ଦେଶାଇ ବୁଧବାର ଭୋରରେ ନିଜ ଷ୍ଟୁଡିଓରେ ଆନ୍ମହତ୍ୟା କରିଛନ୍ତି । ସେ ଲଗାନ, ଦେବଦାସ, ଯୋଧା ଆକବର ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ନୀତିନ ଦେଶାଇ ଦେଶର ବିଭିନ୍ନ ବ୍ୟାଙ୍କରୁ ୧୮୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଋଣ ନେଇଥିଲେ । ଯାହାର ସୁଧ ପରିମାଣ ବଢି ୨୫୦ କୋଟି ଟଙ୍କା ହୋଇଥିଲା । ଏହାଲାଗି ଜିଲ୍ଲାପାଳଙ୍କୁ ସେ ଏକ ଚିଠି ଲେଖିଥିଲେ । ଗତ ସପ୍ତାହରେ ତାଙ୍କ କମ୍ପାନତକୁ ଦେବାଳିଆ ଘୋଷଣା କରି ତାଙ୍କ ଷ୍ଟୁଡିଓକୁ ଜବତ କରାଯାଇଥିଲା । ତାଙ୍କ ପାଖରୁ ଏକ ଅଡିଓ କ୍ଳିପ୍ ମିଳିଛି । ସେଥିରେ ସେ ୪ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି । କାଗଜ ପତ୍ର କାମ ସରିଲେ ସେମାନଙ୍କୁ ଜେରା କରାଯିବ ବୋଲି ପୁଲିସ ଅଧୀକ୍ଷକ ସୋମନାଥ ଘର୍ଗେ ସୂଚନା ଦେଇଛନ୍ତି ।