"ପାଣି ଦିଅ ନଚେତ ଜୀବନ ନିଅ" ଦାବି ରେ ବସ୍ତି ବାସିନ୍ଦାଙ୍କ ଆରଏସପି ସହର ସେବା କାର୍ଯ୍ୟାଳୟ ଘେରାଉ
ଭୁବନେଶ୍ୱର: ପାଣି ଦିଅ ନହେଲେ ଜୀବନ ନିଅ ଏଭଳି ସ୍ଲୋଗାନ ନେଇ ଆଜି ଇସ୍ପାତ ସହରାଞ୍ଚଳ ର ବସ୍ତିରେ ବସବାସ କରୁଥିବା ଜନସାଧାରଣ ପ୍ରାକ୍ତନ ରଘୁନାଥପାଲୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଙ୍କ ନେତୃତ୍ବରେ ଇସ୍ପାତ କାରଖାନା ର ସହର ସେବା କାର୍ଯ୍ୟାଳୟ ଘେରାଉ କରିଥିଲେ। ଆଜି ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ କାର୍ଯ୍ୟାଳୟ ଗେଟ୍ ବନ୍ଦ କରି ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଥିଲେ। ଘଟଣାସ୍ଥଳ ସିଜିଏମ ଆସି ସେମାନଙ୍କ ନାର୍ଯ୍ଯ ଦାବି ଶୁଣି ଏହାର ତୁରନ୍ତ ସମାଧାନ କରିବା ଦାବିରେ ଜିଦ୍ ଧରିଥିଲେ।
ପ୍ରାୟ ଘଣ୍ଟାଏ ରୁ ଉର୍ଦ୍ଧ୍ବ କାଳ ଶତାଧିକ ମହିଳା ପୁରୁଷ ଆରଏସପି ବିରୋଧରେ ସ୍ଲୋଗାନ ମାନ ଜାରି ରଖିଥିଲେ। ଆନ୍ଦୋଳନକାରୀ ଯେପରି କାର୍ଯ୍ୟାଳୟ ଭିତରକୁ ନ ପଶିଯାଆନ୍ତି ସେ ନେଇ ଆରଏସପି ଆଇ ଏଣ୍ଡ ଇ ବିଭାଗ ର ଅଧିକାରୀ ଓ ସିକ୍ଯୁରିଟି ଗାର୍ଡ ପରିସ୍ଥିତି ଜଗି ରଖିଥିଲେ। ଖବର ପାଇ ସେକ୍ଟର -୩ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାଶଝା କରି ଶାନ୍ତ କରିଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ଯାଇ ସହର ପ୍ରଶାସକ ତଥା ସିଜିଏମ ପ୍ରତାପ କିଶୋର ସ୍ବାଇଁ ଙ୍କ ସହ ଆଲୋଚନା କରି 6 ଦଫା ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବି ପତ୍ର ରେ ବସ୍ତି ଅଞ୍ଚଳ ରେ ପାଇପ୍ ବିଛା ହୋଇଥିଲା ବେଳେ ମୁଖ୍ୟ ସ୍ରୋତ ସହ ସଂଯୋଗ ହୋଇ ନାହିଁ,ସୈରଚାଳିତ ସମସ୍ତ ପାନୀୟ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି, ବସ୍ତି ର ସମସ୍ତ ନଳକୂପ ଅଚଳ ପ୍ରାୟ ତେଣୁ ଏପରି ସ୍ଥଳେ ବସ୍ତି ବାସୀ କିପରି ପାନୀୟ ଜଳ ପାଇବେ ତାର ସମାଧାନ ନେଇ ଆରଏସପି କର୍ତ୍ତୃପକ୍ଷ ବ୍ଯାବସ୍ଥା ପାଇଁ ଉଲ୍ଲେଖ କରାଯାଇଥିଲ।
ସିଜିଏମ ଙ୍କ ନେତୃତ୍ବରେ ଉପସ୍ଥିତ ଆଲୋଚନା ରେ ଟାଉନ ଇଞ୍ଜିନିୟରିଂ ବିଭାଗ ର ଜିଏମ ଈନଚାର୍ଜ ବି.କେ. ଜୋଜୋ,ସହର ସେବା କାର୍ଯ୍ୟାଳୟ ର ଜିଏମ ପି.କେ.ଦାସ,ବିଭାବଶୁ ମଲ୍ଲିକ ଓ ଅନ୍ୟାନ୍ୟ ଅଧିକାରୀ ଙ୍କ ଉପସ୍ଥିତି ରେ ଆସନ୍ତା 7 ଦିନ ମଧ୍ୟରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ପରେ ସମସ୍ତ ଆନ୍ଦୋଳନକାରୀ କାର୍ଯ୍ୟାଳୟ ସମ୍ମୁଖରୁ ହଟିଥିଲେ। ଏହି ଘେରାଉ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ, ଉପସଭାପତି ଉମେଶ ଶରଣ, ସାଧାରଣ ସମ୍ପାଦକ ସରୋଜ ଲେଙ୍କା, ରାଜ୍ୟ ମହିଳା ଉପସଭାପତି ପ୍ରଭାତୀ ମିଶ୍ର, ସାଧାରଣ ସମ୍ପାଦକ ଲତା ନାୟକ, ପିସିସି ମେମ୍ବର ତୁଳସୀ ନାଗ, ରାଜ୍ୟ ସୋସିଆଲ ମିଡ଼ିଆ ସମ୍ପାଦକ ବିଶ୍ବ ରଞ୍ଜନ ରାଉତ, ଯୁବନେତା ସରୋଜ କୁମାର ନାୟକ,ବାବୁ ମାହାନ୍ତି, ରାଜେଶ ମଣ୍ଡଳ,ସୋନୁ ସିଂ,ରାଜୁ ଖଡିଆ, ଜିତେନ ମାଛଖଣ୍ଡ, ସୁରଜ କଂସାରୀ, ଲକ୍ଷ୍ମୀ ପ୍ରିୟା ରାୟ,ଆଶା ଖାଡିଆ,ରିନା ଖାଡିଆ,ମୀନା ଖାଡିଆ ସାବିତ୍ରୀ ଖାଡିଆ, ସୁନୀତା କୈ।ର,ନଅଟି ସିଂ, ସୀମା ମହାତୋ,ବମୁନା ମାହାତୋ ଅନୀତା ସିଂ,ମଞ୍ଜୁ ବାହାଦୂର,ଆଶା ଖାଡିଆ, ସୁବାଷ କଂସାରୀ ପ୍ରମୁଖ ଉପସ୍ଥିତ ଥିଲେ।




admin 