ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ଶୁଣାଣି

ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ଶୁଣାଣି

ଭୁବନେଶ୍ୱର: ରତ୍ନଭଣ୍ଡାର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି । ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ରହିଛି । ରତ୍ନଭଣ୍ଡାର ଖୋଲିବା ଓ ଚାବି ହଜିବା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଯାଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି । ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ।

କାର୍ୟ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଖୋଲି ସବିଶେଷ ତାଲିକା ପ୍ରସ୍ତୁତ କରାଯାଉ ଏହା ସହିତ ରତ୍ନଭଣ୍ଡାର ଚାବି କିପରି ହଜିଲା ସିବିଆଇ ତଦନ୍ତ ଦାବି କରିଛନ୍ତି । ସମୀର ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ୟ୍ୟ ପରିଚାଳନା କରୁଛନ୍ତି । ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ପୁରୀ ଗଜପତି ମତ ଦେଇଥିବା ବେଳେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ବିରୋଧୀ ଦଳ ମଧ୍ୟ ଦାବି କରି ଆସୁଛନ୍ତି । ନିକଟରେ ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଥିଲେ, ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେବେ ରାଜ୍ୟ ସରକାର ବିଚାର ବିମର୍ଶ କରି ପଦକ୍ଷେପ ନେବେ ।