ଖଡ଼ଗପୁରରୁ ଭଦ୍ରକ ମଧ୍ୟରେ ଗଡ଼ିବ ୧୬ ସ୍ଵତନ୍ତ୍ର ଟ୍ରେନ
ଭୁବନେଶ୍ବର: ଦିନକୁ ଦିନ ରେଳଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ବିଭାଗ ନୂତନ ଭାବରେ ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଖଡ଼ଗପୁରରୁ ଭଦ୍ରକ ମଧ୍ୟରେ ୧୬ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଳ ବିଭାଗ । ଏହି ସ୍ବତନ୍ତ୍ର ଟ୍ରେନ୍ ସେବା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ତେବେ ଟ୍ରେନ୍ଗୁଡ଼ିକ ପୁନଃ ଚଳାଚଳ କରିବାକୁ ଥିବା ସ୍ଵତନ୍ତ୍ର ଏବଂ ଏକ୍ସପ୍ରେସ୍ ଗୁଡ଼ିକ ହେଉଛି
୦୮୦୩୧ ବାଲେଶ୍ଵର ଭଦ୍ରକ ସ୍ଵତନ୍ତ୍ର ଟ୍ରେନ ।
୦୮୦୩୨ ଭଦ୍ରକରୁ ବାଲେଶ୍ଵର ସ୍ଵତନ୍ତ୍ର ଟ୍ରେନ ।
୧୮୦୩୭ ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ ଟ୍ରେନ ।
୧୮୦୩୮ ଯାଜପୁର କେନ୍ଦୁଝର ରୋଡ-ଖଡ଼ଗପୁର ଏକ୍ସପ୍ରେସ ଟେନ ।
୧୮୦୨୧ ଖଡ଼ଗପୁର - ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ ।
୧୮୦୨୨ ଖୋର୍ଦ୍ଧା ରୋଡ଼ ରୁ ଖଡ଼ଗପୁର ଏକ୍ସପ୍ରେସ ।
୦୮୦୧୭ ଖଡ଼ଗପୁର ରୁ ବାଲେଶ୍ଵର ସ୍ପେଶାଲ୍ ଟେନ ।
୦୮୦୧୮ ବାଲେଶ୍ଵର ରୁ ଖଡ଼ଗପୁର ସ୍ପେଶାଲ ଟ୍ରେନ ।
୧୮୦୪୩ ହାୱଡା ରୁ ଭଦ୍ରକ ଏକ୍ସପ୍ରେସ ।
୧୮୦୪୪ ଭଦ୍ରକରୁ ହାୱାଡା ଏକ୍ସପ୍ରେସ ।
୦୮୪୧୬ ପୁରୀ ରୁ ଜଲେଶ୍ୱର ସ୍ପେଶାଲ୍ ଟ୍ରେନ ।
୦୮୪୧୫ ଜଲେଶ୍ୱର ରୁ ପୁରୀ ସ୍ପେଶାଲ ଟ୍ରେନ ।
୦୮୪୧୧ ବାଲେଶ୍ଵର ରୁ ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ।
୦୮୪୧୨ ଭୁବନେଶ୍ୱର ରୁ ବାଲେଶ୍ଵର ସ୍ପେଶାଲ୍ ଟ୍ରେନ ।
୦୮୦୮୦ ବରିପଦା ରୁ ବାଲେଶ୍ଵର ସ୍ପେଶାଲ୍ ଟ୍ରେନ ।
୦୮୦୮୧ ବାଲେଶ୍ଵରରୁ ବରିପଦା ସ୍ପେଶାଲ୍ ଟ୍ରେନ ।




admin 