ସାଇନସ୍ ,ଏକ ସମସ୍ୟା

ସାଇନସ୍ ,ଏକ ସମସ୍ୟା

ସାଇନସ୍ ହେଉଛି ନାକ ସମ୍ବନ୍ଧିତ ଏକ ସମସ୍ୟା । ଏହି ସମସ୍ୟା ଥଣ୍ଡାପାଗରେ ଅଧିକ ହୋଇଥାଏ । ନାକ ବନ୍ଦ ହେବା, ମୁଣ୍ଡ ଓ ଅଧକପାଳୀ ବିନ୍ଧା ପରି ସମସ୍ୟା ହୋଇଥାଏ, ନାକରୁ ପାଣି ବାହାରିବା ଆଦି ଏହାର ପ୍ରମୁଖ ଲକ୍ଷଣ । ଏହା ବ୍ୟତୀତ ହାଲୁକା ଜ୍ୱର,ଆଖି ପଲକରେ ଯନ୍ତ୍ରଣା ହେବା, ଅବସାଦ କାରଣରୁ ଚେହେରା ଫୁଲିଯିବା । ଆଗାମୀ ଦିନରେ ଏହି ରୋଗ ଆଜ୍ମା ପରି ଗଭୀର ବେମାରୀରେ ପରିଣତ ହୁଏ । କିନ୍ତୁ ଯୋଗଦ୍ୱାରା ଏହି ରୋଗରୁ ମୁକ୍ତି ପାଇହେବ ।
ସୂର୍ଯ୍ୟ ନମସ୍କାର- ସୂର୍ଯ୍ୟ ନମସ୍କାର ସବୁ ଆସନ ମଧ୍ୟରେ ମୁଖ୍ୟ ଆସନ ବୋଲି ବିଚାର କରଯାଏ । ଏହାଦ୍ୱାରା ସାଇନସ ସମସ୍ୟାରୁ ମୁକ୍ତି ମିଳିଥାଏ । ପ୍ରତ୍ୟେହ ଏହି ଆସନ କରିବା ଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଭିଟାମିନ୍ ଡି ମଧ୍ୟ ମିଳିଥାଏ । ୧୨ ମୂଦ୍ରା ବିଶିଷ୍ଟ ଏହି ଆସନ ସାଇନସ୍ରୁ ମୁକ୍ତି ଦେବା ସହ ଅବସାଦକୁ କମ୍ କରି ଓଜନ ହ୍ରାସ କରିଥାଏ  ।
ପଶ୍ଚିମୋନାସନ- ଏହି ଆସନ କରିବା ବହୁତ ସହଜ । ଏହା କରିବା ସମୟରେ କ୍ଳାନ୍ତି ଲାଗେ ନାହିଁ ।ଏହା ସାଇନସ୍ ସହ ଅନିଦ୍ରାର ଉପଚାର ପାଇଁ ମଧ୍ୟ ସାହାଯ୍ୟ କରିଥାଏ  । ଏହି ଆସନ କରିବା ପାଇଁ ପ୍ରଥମେ ଆପଣ ସିଧା ବସନ୍ତୁ ଓ ଦୁଇ ପାଦକୁ ସିଧା ରଖନ୍ତୁ । ଦୁଇପାଦକୁ ସିଧା ଯୋଡି ରଖି ଦୁଇ ହାତକୁ ଉପରକୁ ଉଠାନ୍ତୁ ଓ ଅଂଟା ସିଧା ରଖନ୍ତୁ  । ଏହାପରେ ଦୁଇପାଦର ଆଙ୍ଗୁଠିକୁ ହାତରେ ଛୁଇଁବାକୁ ଚେଷ୍ଟା କରନ୍ତୁ । ଧ୍ୟାନ ରଖିବେ ଏହି ସମୟରେ ଆଣ୍ଠୁ ଯେପରି ମୋଡି ହୋଇ ନରୁହେ । ଏହା ସହ ପାଦ ମଧ୍ୟ ଭୂମିରୁ ଉପରକୁ ଉଠାଇବେ ନାହିଁ । ସାଇନସ୍ ହେବା ସମୟରେ ମୁଣ୍ଡ ବିନ୍ଧାରୁ ଆରାମ ପାଇବା ପାଇଁ ଏହା ଏକ ଭଲ ଉପାୟ ।
ଉପାନାସନ- ଏହି ଯୋଗାସନ ମଧ୍ୟ ସାଇନସରୁ ଆରାମ ଦେବାରେ ସହାୟକ ହୋଇଥାଏ । ଏହାସହ ଶ୍ୱାସକ୍ରିୟା ସମ୍ବନ୍ଧିତ ଅନ୍ୟ ବେମାରୀରୁ ମଧ୍ୟ ଉପଶମ ମିଳିଥାଏ । ଏହି ଆସନ ଆପଣଙ୍କ ମୁଡ୍କୁ ତାଜା ରଖିଥାଏ । ଉପାନାସନ କରିବା ପାଇଁ ପ୍ରଥମେ ଆପଣ ସିଧା ଠିଆ ହୁଅନ୍ତୁ । ଲମ୍ବା ନିଶ୍ୱାସ ନେଇ ଦୁଇ ହାତ ଉପରକୁ କରନ୍ତୁ । ଏହାପରେ ଆଗକୁ ନଇଁ ଦୁଇହାତରେ ଭୂମିକୁ ଛୁଅନ୍ତୁ । ଏହି ସମୟରେ ଆଣ୍ଠୁକୁ ଆଦୌ ମୋଡନ୍ତୁ ନାହିଁ । କିଛି ସମୟ ଏପରି ମୁଦ୍ରାରେ ରହିବା ପରେ ହାତକୁ ପୁନଃ ଉପରକୁ କରନ୍ତୁ ଓ ନିଶ୍ୱାସ ଛାଡି ସାମାନ୍ୟ ଅବସ୍ଥାରେ ଛିଡା ହୋଇଯାଆନ୍ତୁ ।