ସମୁଦ୍ରରେ ଭାସିଗଲେ ପର୍ୟ୍ୟଟକ

ପୁରୀ : ପୁରୀରେ ସମୁଦ୍ରରେ ସମୁଦ୍ରରେ ସ୍ନାନ ବେଳେ ଭାସିଗଲେ ଜଣେ ପର୍ୟ୍ୟଟକ । ରବିବାର ଦିନ ପୁରୀ ସେକ୍ଟର ୫ ନିକଟ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ ଜଣେ ପର୍ୟ୍ୟଟକ । ଏହାପରେ ତୁରନ୍ତ ସମୁଦ୍ର କୂଳରେ ନିୟୋଜିତ ଥିବା ଲାଇଫ୍ ଗାର୍ଡଙ୍କୁ ଖବର ଦିଆଯାଇଥିଲା । ଲାଇଫ୍ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବୁଡିଯାଉଥିବା ପର୍ୟ୍ୟଟକଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସେପଟେ ଏବେ ଯାଏଁ ପର୍ୟ୍ୟଟକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ସ୍ଥାନୀୟ ପୋଲିସକୁ ତୁରନ୍ତ ଖବର ଦିଆଯାଇଛି । ପୋଲିସ ତଦନ୍ତ ପରେ ପର୍ୟ୍ୟଟକଙ୍କ ପରିଚୟ ମିଳିବ ବୋଲି ଆଶା କରାଯାଉଛି ।