ବୁଡ଼ିଗଲେ ୨ ନାବାଳିକା

ନିଆଳି: ଆଜି ବଡ଼ ଦିନରେ ପୋଖରୀରେ ବୁଡ଼ି ୨ ଜଣ ନାବାଳିକାଙ୍କ ମୃତୁ୍ୟ ହେବାଭଳି ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ସଦର ଥାନା କୁରାଙ୍ଗପ୍ରଧାନ ଗ୍ରାମରେ ଏହି ଘଟଣା ଘଟିଛି । ପଞ୍ଚାୟତ ଫଳବଗିଚା ପୋଖରୀରେ ଆଜି ଉଭୟ ଗାଧୋଉଥିଲେ ।
ତେବେ ଗଡ଼ ଖସିଯିବାରୁ ଉଭୟ ପାଣିରେ ବୁଡ଼ି ଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ପଖୋରୀରୁ ଉଦ୍ଧାର କରି ମହିଧରପଡ଼ା ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦୁଇ ସାଙ୍ଗ ହେଲେ ସାଫିୟା ଖାତୁନ ଓ ନନ୍ଦିନୀ କୁମାରୀ । ଉଭୟଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।