ଆରମ୍ଭ ହେଲା ଜ୍ଞାନବାପୀ ମସଜିଦର ସାଇନଟିଫିକ୍ ସର୍ଭେ

ଆରମ୍ଭ ହେଲା ଜ୍ଞାନବାପୀ ମସଜିଦର ସାଇନଟିଫିକ୍ ସର୍ଭେ

ନୂଆଦିଲ୍ଲୀ:  ଆରମ୍ଭ ହେଲା ବାରଣାସୀର ଜ୍ଞାନବାପୀ ମସଜିଦର ସାଇନଟିଫିକ୍ ସର୍ଭେ । ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହି ସର୍ଭେ ଆରମ୍ଭ କରିଛି । ଏଏସଆଇ ଟିମ୍ ଆଜି ସକାଳ ୭ଟାରେ ଏଥିପାଇଁ ଜ୍ଞାନବାପୀ ମସଜିଦ ପରିସରରେ ପହଂଚିଥିଲା । ଏଏସଆଇର ୩୦ ଜଣିଆ ଟିମ ସର୍ବେକ୍ଷଣ ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ଯେଉଁଥିରେ ଦୁଇ ଜଣ ଓକିଲଙ୍କୁ ମଧ୍ୟ ସାମିଲ କରାଯାଇଛି । ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି କ୍ୟାମ୍ପସରେ ସର୍ବେକ୍ଷଣ କରିବେ ବୋଲି ସୂଚନା ରହିଛି ।

ସେପଟେ ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ ପରିିଚାଳନା କମିଟି ମାମଲା ଦାୟର କରିଛି । ପୂର୍ବରୁ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ୍ ସର୍ଭେ କରିବାକୁ ଅନୁମତି ଦେଇଥିଲେ । ଯାହା ଫଳରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ । ଏହି ପ୍ରସଙ୍ଗରେ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସିଲ ହୋଇଥିବା ଅଂଚଳକୁ ଛାଡି ଅନ୍ୟ ଅଂଚଳରେ ସର୍ଭେ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି ।