ଟଙ୍କା ଉଡାଇଲେ ସାରଦା ନାୟକ
ସୁନ୍ଦରଗଡ: ଚକୱାଲି କାର୍ୟ୍ୟକ୍ରମରେ ଟଙ୍କା ଉଡାଇ ମନ୍ତ୍ରୀ ସାରଦା ନାୟକ ଚର୍ଚ୍ଚାକୁ ଆସିଛନ୍ତି । କେତେ ବେଳେ ମନ୍ତ୍ରୀ ୫ଶହ ଟଙ୍କିଆ ବିଡା ଉଡାଉଥାନ୍ତି, ପୁଣି କେତେ ବେଳେ ବିଡାରୁ ନୋଟ କାଢି ଗୋଟିଏ ପରେ ଗୋଟିଏ ଗାୟକଙ୍କ ହାତକୁ ବଢାଇ ଦେଉଥାନ୍ତି । ସୁନ୍ଦରଗଡ ହୋଟେଲ ଜେଡିଆର ଠାରେ ଆୟୋଜିତ କୱାଲି କାର୍ୟ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ କୱାଲି କାର୍ୟ୍ୟକ୍ରମରେ ଗୀତ ପରିବେଷଣ କରୁଥିଲେ ରାଇସ ଅନିସ ସାବରୀ । ସୋସିଆଲ ମିଡିଆରେ ସେନସେସନ ପାଲିଟଥିବା ସାଁପ ଡସେ ତୋ ଦୋସ୍ତ ବଚାଏ । ଦୋସ୍ତ ଡସେ ତୋ କୌନ ବଚାଏ ଗୀତରେ ଉଡିଥିଲା ପୁଳାପୁଳା ଟଙ୍କା । କିଏ ୫୦୦ ଟଙ୍କିଆ ତ ଆଉ କିଏ ଶହେ, କିଏ ୨୦୦ ଟଙ୍କିଆ ନୋଟ ପୁଣି କେହି କେହି ୧୦ ଟଙ୍କିଆ, ୨୦ ଟଙ୍କିଆ ନୋଟ୍ ଉଡାଉଥିଲେ । ଏପରି କି ମନ୍ତ୍ରୀ ସାରଦା ନାୟକ ମଧ୍ୟ ପଛରେ ନଥିଲେ । ସେ ମଧ୍ୟ ଟଙ୍କା ଉଡାଇଥିଲେ । କେତେ ବେଳେ ମନ୍ତ୍ରୀ କୱାଲି ଗାୟକଙ୍କ ମୁଣ୍ଡ ଉପରେ ଟଙ୍କା ଉଡାଉଥିଲେ ତ କେତେ ବେଳେ ଗାୟକଙ୍କ ହାତକୁ ଗୋଟିଏ ପରେ ଗୋଟିଏ ନୋଟ ବଢାଇ ଦେଉଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।




admin 