୩୪ଟି ରାଷ୍ଟ୍ରରେ ସମଲିଙ୍ଗୀ ବିବାହ ବୈଧ

୩୪ଟି ରାଷ୍ଟ୍ରରେ ସମଲିଙ୍ଗୀ ବିବାହ ବୈଧ

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟର ୫ଜଣିଆ ସମ୍ବିଧାନ ବେଞ୍ଚରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ନେଇ ଆଗତ ଅନ୍ୟୂନ ୧୫ଟି ଆବେଦନର ଏକତ୍ର ଶୁଣାଣି ଆରମ୍ଭ ହୋଇଛି । ଭାରତୀୟ ଜନତାପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାକୁ ବିରୋଧ କରୁଥିବା ବେଳେ ଏଲଜିବିଟିକ୍ୟୁ ସମୁଦାୟ ପକ୍ଷରୁ ସମ୍ମାନସହ ବଞ୍ଚିବାର ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ଦୃଷ୍ଟିରୁ ଏହାକୁ ଆଇନଗତ ମାନ୍ୟତା ଦେବା ଉଚିତ୍‌ ବୋଲି ଯୁକ୍ତି କରାଯାଇଛି । ପୂର୍ବରୁ ୨୦୧୮ ମସିହାରେ ସମ୍ବିଧାନର ଧାରା ୩୭୭ରୁ ସମଲିଙ୍ଗୀ ଓ ଅପ୍ରାକୃତିକ ଯୌନ ସମ୍ପର୍କର ଆପରାଧିକତାକୁ ବାଦ୍‌ ଦିଆଯାଇଥିଲା ।

ତେବେ ଯେଉଁଠି ଏହି ସମଲିଙ୍ଗୀ ବିବାହ ଆଇନ ସମ୍ମତ ସେହି ସବୁ ଦେଶ ଗୁଡ଼ିକ ହେଉଛି : କ୍ୟୁବା, ଆଣ୍ଡୋରା, ସ୍ଲୋଭେନିଆ, ଚିଲି, ସ୍ୱିଜରଲ୍ୟାଣ୍ଡ, କୋଷ୍ଟାରିକା, ଅଷ୍ଟ୍ରିଆ, ତାଇୱାନ, ଇକ୍ୱେଡର, ବେଲଜିୟମ, ବ୍ରିଟେନ, ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆଇସଲ୍ୟାଣ୍ଡ, ଆୟର୍ଲାଣ୍ଡ, ଲକ୍ସେମବର୍ଗ, ମାଲ୍ଟା, ନରୱେ, ପର୍ତ୍ତୁଗାଲ୍‌, ସ୍ପେନ୍‌, ସ୍ୱିଡେନ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଆମେରିକା, କଲମ୍ବିଆ, ବ୍ରାଜିଲ୍‌, ଆର୍ଜେଣ୍ଟିନା, କାନାଡା, ନେଦରଲାଣ୍ଡ, ନିଉଜିଲାଣ୍ଡ, ପର୍ତ୍ତୁଗାଲ ଓ ଉରୁଗୁଏ ।

୨୦୦୧ ମସିହାରେ ସମଲିଙ୍ଗୀ ବିବାହକୁ ପ୍ରଥମେ ନେଦରଲ୍ୟାଣ୍ଡ ଆଇନଗତ ମାନ୍ୟତା ଦେଇଥିବାବେଳେ ତାଇୱାନ ହେଉଛି ଏହା କରିବାରେ ପ୍ରଥମ ଏସୀୟ ରାଷ୍ଟ୍ର । ଏହି ୩୪ଟି ଦେଶ ମଧ୍ୟରୁ ୨୩ଟି ଦେଶ ଆଇନ ପ୍ରଣୟନ କରି ସମଲିଙ୍ଗୀ ଦମ୍ପତିଙ୍କୁ ବିବାହ କରିବାକୁ ଅନୁମତି ହୋଇଥିବାବେଳେ ଦଶଟି ଦେଶରେ ସେମାନେ କୋର୍ଟଙ୍କ ନିଷ୍ପତ୍ତି ମାଧ୍ୟମରେ ଏହି ଅଧିକାର ପାଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଦକ୍ଷିଣ ଆଫ୍ରିକା ଏବଂ ତାଇୱାନ ଏହି ଆଇନ ପ୍ରଣୟନ କରିଥିଲେ ।