ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ

ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ

କଟକ : ମହିଳା ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ । କଟକ ଏସ୍‌ସିବି ମେଡିକାଲ କଲେଜର କାର୍ୟ୍ୟରତ ଥିଲେ ମହିଳା ସଫେଇ କର୍ମଚାରୀ । ଏକ ହଷ୍ଟେଲ ରୁମକୁ ଡାକିବା ପରେ ଅନ୍ୟ ଜଣେ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି।

ଖବର ଅନୁଯାୟୀ, ସଫେଇ ଦାୟିତ୍ୱରେ ଥିବା ଏକ ଘରୋଇ ଠିକା ସଂସ୍ଥାରେ କାମ କରୁଛନ୍ତି ଅଭିଯୋଗକାରିଣୀ ମହିଳା। ଗତ ସପ୍ତାହରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ। ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା। ଅଭିଯୋଗ ପରେ ମାମଲା ରୁଜୁ କରିଛି ମଙ୍ଗଳାବାଗ ଥାନା ପୋଲିସ । ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ ।