ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆହୁରୁ ୨ଦିନ ବର୍ଷା ଢାଳିବ । ଆଜି ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ସମେତ ୨୩ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ବୁଧବାର ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ଢାଳିପାରେ । ଆଜି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଏବଂ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ସୋମବାର ଚାରି ଘଣ୍ଟା ଭିତରେ ୨୫୮ ମିଲିମିଟର ବର୍ଷା ଛେଚିଲା, ବୁଡିଗଲା ଭୁବନେଶ୍ୱର । କେବଳ ରାଜଧାନୀ ନୁହେଁ, ପୁରୀଠୁ ଆରମ୍ଭ କରି ବାଲେଶ୍ୱର ଯାଏ ଉପକୂଳ ଓଡ଼ିଶାରେ ସୋମବାର ଅପରାହ୍ନରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ଯାହାଫଳରେ ରାସ୍ତାଘାଟରେ ଲୋକଙ୍କ ଯିବା ଆସିବାରେ ଅନେକ ସମସ୍ୟା ଦେଖିବାକୁ ମିଳିଥିଲା ।ପାଣିପାଗ ପୂର୍ବାନୁମାନ କହୁଛି, ଆହୁରି ଦୁଇଦିନ ବର୍ଷା ହେବ । ମଙ୍ଗଳବାର ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ଉତ୍ତର ଆଭ୍ୟନ୍ତରୀଣ ସମେତ କେତେକ ଉପକୂଳ ଜିଲ୍ଲାରେ । ବୁଧବାର ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଢାଳିପାରେ ।