ପ୍ରଶ୍ନପତ୍ର ଲିକ୍ ମାମଲା : ବିହାରରୁ ମାଷ୍ଟରମାଇଣ୍ଡ ଗିରଫ
ଭୁବନେଶ୍ୱର: ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ବିହାରରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା ବାଲେଶ୍ୱର ପୋଲିସ । ଏହି ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୭ଜଣ ଗିରଫ ହୋଇଛନ୍ତି । ବିହାରରୁ ୩ଜଣ ଗିରଫ ହୋଇଥିବା ବେଳେ ଓଡିଶାରୁ ୪ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ପୋଲିସ ୯ଜଣଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୧୬ରେ ପହଞ୍ଚିଛି ।
ବିଭିନ୍ନ ରାଜ୍ୟରେ କର୍ମଚାରୀ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ତଥା କର୍ତ୍ତୃପକ୍ଷଙ୍କ ନିକଟ ସମ୍ପର୍କୀୟ ବ୍ୟକ୍ତି ଭାବେ ନିଜକୁ ପରିଚୟ ଦେଇ ଏମାନେ ପ୍ରଶ୍ନପତ୍ର ଓ ଚାକିରି ପିଛା ଆଶାୟୀଙ୍କଠାରୁ ୧୦ରୁ ୧୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଦାବି କରୁଥିଲେ । ପରୀକ୍ଷାର୍ଥୀଙ୍କଠାରୁ ସମସ୍ତ ଶିକ୍ଷାଗତ ଅସଲି ପ୍ରମାଣପତ୍ର ଓ ସେମାନଙ୍କ ଦସ୍ତଖତରେ ଦୁଇଟି ବ୍ଲାଙ୍କ୍ ଚେକ୍ ହାତେଇବା ପରେ ଆରମ୍ଭ କରୁଥିଲେ ଖେଳ। ସଂଯୋଗକ୍ରମେ ବା ଦୈବାତ ଯଦି କେହି ନିଯୁକ୍ତି ଆଶାୟୀ ପରୀକ୍ଷାରେ ପାସ୍ କରୁଥିଲେ, ଏମାନେ ତାଙ୍କ ପାଖରୁ ଦାବି ମୁତାବକ ଅର୍ଥରାଶି ନେବା ପରେ ଯାଇ ଶିକ୍ଷାଗତ ପ୍ରମାଣପତ୍ର ଦେଉଥିଲେ । କହିବାକୁ ଗଲେ ବନ୍ଧାପଡ଼ିଥିବା ଶିକ୍ଷାଗତ ପ୍ରମାଣପତ୍ରକୁ ଢାଲ କରି ଏମାନେ ପିଲାମାନଙ୍କୁ ବ୍ଲାକ୍ମେଲିଂ କରିବା ସହ ଲୁଟୁଥିଲେ ।




user1 